କୋରାପୁଟ ଜିଲ୍ଲା ନାରାୟଣପାଟଣା ଖଣିଅଞ୍ଚଳରେ ଗତ ମାସ ୨୭ ତାରିଖ ଦିନ ହୋଇଥିବା ପ୍ରୋକଲିନ୍ ମେସିନ୍ ସହ ବିଭିନ୍ନ ପୋଡା ଜ୍ବଳା ଘଟଣାରେ ଶୁକ୍ରବାର ଦିନ ୧୧ଜଣଙ୍କୁ ଲକ୍ଷ୍ମୀପୁର ଥାନା ରେ ଅଟକ ରଖି ପଚରା ଉଚରା ଚଲାଇଥିଲା ପୋଲିସ୍।ଘଟଣାକୁ ଏକ ମାସ ବିତିବାକୁ ବସିଥିବା ବେଳେ ତଳଗୁମାଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମର ୧୧ଜଣଙ୍କୁ ଆଣି ଲକ୍ଷ୍ମୀପୁର ଥାନାରେ ରଖା ଜାଇଥିବା ସେମାନଙ୍କ ସମ୍ପର୍କିୟ ମାନେ କହିଛନ୍ତି। ଉକ୍ତ ଅଞ୍ଚଳର ବହୁ ସଂଖ୍ୟାରେ ଲୋକେ ଲକ୍ଷ୍ମୀପୁର ଥାନା ଆଗରେ ଜମା ହୋଇଥିବା ଦେଖି ସେମାନଙ୍କୁ ପଚାରିବାରୁ ସେମାନେ ଏହି ସୁଚନା ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି ନାରାୟଣପାଟଣା ବ୍ଲକର କର୍ଣକୋଣ୍ଡା ପାହାଡରେ ଗଛିତ ଥିବା ଖଣିର ମାନ ପରିକ୍ଷଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା।ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ,ପ୍ରୋକଲିନ୍ ମେସିନ୍ ପୋଡିଦେବା ସହ ଅନ୍ୟ ଗାଡି ଗୁଡିକୁ କେହି ଭାଙ୍ଗି ଦେଇଥିଲେ।ଏହାକୁ ନେଇ ରାସ୍ତା ନିର୍ମାଣକାରି ସଂସ୍ଥା ତରଫରୁ ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରାଜାଇଥିଲା।ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା, ଏଥିରେ ସମ୍ପୃକ୍ତ ଥିବା ୧୧ଜଣଙ୍କୁ ଆଣି ପଚରା ଉଚରା କରାଯିବା ପରେ ୮ଜଣଙ୍କୁ ମାମଲା ସମାପ୍ତ ହେବା ପର୍ଯ୍ୟନ୍ତ ପୋଲିସ କୁ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇ ଥାନା ନୋଟିସ୍ ମାଧ୍ୟମରେ ଛଡାଯାଇଥିବା ବେଳେ ୩ଜଣ ଙ୍କୁ ଅଟକ ରଖାଯାଇ ପଚରା ଉଚୁରା ଯାରି ରଖାଯାଇଛି।ସୂଚନା ମୂତାବକ ଏହି ଘଟଣା ପୁର୍ବରୁ ହିଁ ନିର୍ମାଣକାରୀ ସଂସ୍ଥା କୁ ସେହି ଅଞ୍ଚଳର କିଛି ଲୋକେ ଓ ନିର୍ବାଚିତ ପ୍ରତିନିଧି ମୋଟା ଅଙ୍କରେ ଟଙ୍କା ବଟି ମାଗୁଥିବା ନେଇ ପୋଲିସ୍ ନିକଟରେ ଅଭିଯୋଗ ହୋଇଥିଲା,କିନ୍ତୁ ପୋଲିସ୍ ର ହାଲୁକା ମନୋଭାବ କାରଣରୁ ଏବଂ କୌଣସି କାର୍ଯ୍ୟାନୁଷ୍ଟାନ ନନେବାରୁ ଲୋକେ ନିର୍ଭୟରେ କୋଟି କୋଟି ଟଙ୍କାର ମେସିନ୍ ପୋଡି ପୋଲିସ କୁ ଚ୍ୟାଲେଞ୍ଜ ଦେଇପାରିଛନ୍ତି।ସମ୍ବେଦନଶିଳ ଅଞ୍ଚଳ ହୋଇଥିବା କାରଣ ରୁ ପୋଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଟାନ ନେଉନଥିବା ଆଲୋଚନା ହେଉଥିବା ବେଳେ ସରକାର ଯେମିତି ହେଲେ ଖଣି ଖନନ ଅଞ୍ଚଳର କର୍ମଚାରୀ ଙ୍କୁ ସୁରକ୍ଷା ପ୍ରଦାନ କରି ଖଣିଖନନ କରି ରାଜସ୍ବ ପାଇବାକୁ ଚାହୁଁଥିବା ବେଳେ ପୋଲିସ କାହିଁକି ଆବଶ୍ୟକ ସୁରକ୍ଷା ପ୍ରଦାନ କରୁନାହିଁ ତାହା ପ୍ରଶ୍ନବାଚି ଶୃଷ୍ଟି କରିଛି।ଅନ୍ୟପକ୍ଷରେ ଯନ୍ତ୍ରାଂଶ ଗୁଡିକ କେଉଁ ପରିସ୍ତିତି ରେ ପୋଡାଜ୍ବଳା କରାଯାଇଛି ଓ କାହିଁକି ପୋଡାଜ୍ବଳା କରାଗଲା ତାହା ତଦନ୍ତ ସାପେକ୍ଷ ରହିଥିବା ବେଳେ ଦିନଥିଲା ଏହା ମାଓବାଦି ଙ୍କ ଗଡ ରହିଥିବା କାରଣରୁ ମାଓବାଦି ଙ୍କ ନାମରେ କେହି ଫାଏଦା ନେବାକୁ ଆଗେଇଆସିଛନ୍ତି କି ତାହା ବି ତଦନ୍ତ ପରିସର କୁ ଅଣାଯିବାକୁ ସାଧାରଣରେ ଦାବି କରାଯାଇଛି। ଅଟକ ଙ୍କ ମଧ୍ୟରେ ଗୁମାଣ୍ଡି ଗାଁ ର ବିଜୁ ହିମେରିକା,ଆମରି ତାଡିଙ୍ଗି ଓ ଭିତରପଡା ଗାଁ ର ସାଣ୍ଡା ହିଡ୍ରେକା ବୋଲି ଜଣାପଡିଛି।ମାମଲାର ତଦନ୍ତ ଦାୟିତ୍ଵ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନି ନାୟକ ଙ୍କୁ ପ୍ରଦାନ କରାଯାଇଥିବାରୁ ,ଲକ୍ଷ୍ମୀପୁର ଥାନାରେ ସେମାନଙ୍କୁ ଅଣା ଜାଇ ପଚରା ଉଚୁରା କରାଯାଉଥିଲେ ସୁଧା ପୋଲିସ କୌଣସି ସୂଚନା ପ୍ରଦାନ କରିନଥିଲା।
ନାରାୟଣପାଟଣା ବ୍ଲକ୍ ଖଣି ଅଞ୍ଚଳ ପରୀକ୍ଷା ସ୍ଥାନରେ ପୋଡାଜ୍ବଳା ଘଟଣା…. ୧୧ ଜଣ ଙ୍କୁ ଅଟକ ପରେ ୮ ଜଣକୁ ନୋଟିସ ପ୍ରଦାନ କରି ଛଡାଗଲା….
