Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଘୁଚାପ,ପ୍ରବଳ ବର୍ଷିବ: ସତର୍କ ରହି ବାକୁ ୩୦ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ବଲପୁର :ଆସୁଛି ଲଘୁଚାପ । ତିନି ଦିନ ଅତି ପ୍ରବଳ ବର୍ଷା ହେବ ।ଏଭଳି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ମୌସୁମୀ ଆସିବା ପରେ ବଙ୍ଗୋପସାଗରରେ ଚଳିତ ବର୍ଷ ପ୍ରଥମ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆଉ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ୧୦ଜି ୧୨ ଘଂଟାରେ ଲଘୁଚାପ ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତି ଉତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୭ ଦଶମିକ ୬ କିଲୋମିଟର ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରୀୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରି ସାରିଥିବାବେଳେ ବଙ୍ଗୋପସାଗରରେ ଆସୁଥିବା ଲଘୁଚାପ ଏହାକୁ ଆହୁରି ସକ୍ରିୟ କରିବ । ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ୨୭ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଳାକୁ ବର୍ଷା ଜନିତ ସତର୍କ ସୂଚନା ଜାରି କରାଯାଇଛି । ଆଜି ସମ୍ବଲପୁର, ଅନଗୁଳ, ବୌଦ୍ଧ, ସୋନପୁର, ବରଗଡ, ଦେବଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ଆସୁଥିବାରୁ ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ, ସବୁ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
ଏହାକୁ ଦୃଷ୍ଟିରେ ରଖି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାପାଳ ମାନଙ୍କୁ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ପ୍ରଚୁର ପାରିମାଣରେ ଖାଦ୍ୟ ରଖିବା ସହିତ ଯେ କୌଣସି ଦୁର୍ବିପାକ ପ୍ରତି ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ