Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷିଲା,ବିଜୁଳି ଲୁଚିଲା:ଚାରି ଦିଗ ଅନ୍ଧାର

ସମ୍ବଲପୁର : ମୌସୁମୀ ଫେରିବା ବେଳେ ପ୍ରବଳ ବର୍ଷିଛି ସତ,କିନ୍ତୁ ବିଜୁଳି ନାହିଁ । ପାଖାପାଖି ୨୧ ଘଣ୍ଟା ଧରି ବିଜୁଳି ଯାଇଛିଯେ ଏ ଯାଏ ଆସିନି। ଫଳରେ ସହର ଠାରୁ ଆରମ୍ଭ କରି ଅନେକ ଗାଁ ଅନ୍ଧାରରେ ଗତ ରାତି ଆଚ୍ଛାଦିତ ହୋଇ ରହିଥିଲା। ନିଜୁଳି ଯିବା କାରଣ କଣ ଓ କେତେବେଳେ ଆସିବ ତାର ସନ୍ତୋଷ ଜନକ ଉତ୍ତର ମିଳୁନି ଟିପିଡବ୍ଲୁଓଡିଏଲ କର୍ମଚାରୀ ଅବା ଅଧିକାରୀ ମାନଙ୍କ ପାଖରୁ। ଫଳରେ ବିଜୁଳି ସମସ୍ୟା ଯୋଗୁଁ ଜନ ଜୀବନରେ ବହୁ ବ୍ୟାଘତ ସୃଷ୍ଟି ହୋଇଛି ।ମରାମତି ଚାଲିଥିବା କହି ବିଭାଗିୟ ନୀରବତା ସାଧାରଣ ଜନତାଙ୍କ ପ୍ରତି କେବଳ ଯେ ଏକ ଉପହାସ ହୋଇନି,ବରଂ ବିଜୁଳି ସଂଯୋଗ କେତେହେବ କେହିବି ତାର ଟେର ପାଉନାହାଁନ୍ତି। ଗତକାଲି ଦିନ ୩ଟାରେ ଘଡଘଡି ସହ ବର୍ଷା ହେବା ପରେ ପରେହିଁ ବିଜୁଳି ଯାଇଛିଯେ ଯାଇଛି । ଫଳରେ ଜିଲ୍ଲା ସମସ୍ତ ସଦର ମହକୁମା ସହିତ ୯ ବ୍କରେ ଏହାର ପ୍ରଭାବ ପଡିଛି । ଟାଟା ପାୱାରର ଏଭଳି ଅପରଗତା ପୁର୍ବରୁ କେବେ ଦେଖାଯାଇନଥିଲା । ଯୁଦ୍ଧକାଳିନ ଭିତ୍ତିରେ ଅନବରତ ବିଜୁଳି ସେବା ପାଇଁ ରାଜ୍ୟ ସରକାର ଓ ବିତରଣକାରୀ ଠିକା ସଂସ୍ଥା ମଧ୍ୟରେ ହୋଇଥିବା ଚୁକ୍ତିରେ ଖିଲାପ ହେଉଥିଲେବି ସରକାର ଓ ଜିଲ୍ଲା ପ୍ରଶାସନ ଜାଣିଶୁଣି କାହିଁକି ଯେ ନୀରବ ତାହା ହିଁ ସାଧାରଣ ଜନତା ମଧ୍ୟରେ ଏବେ ପ୍ରଶ୍ନବାଚକ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ