Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଷ୍ଟାର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଖଡ଼ିଆଳ : ଖଡିଆଳ ସ୍ଥିତ ମହାତ୍ମାଗାନ୍ଧୀ ବିଜ୍ଞାନ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ,ନୂଆପଡ଼ା ଜିଲ୍ଲା ଶାଖାର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ତିନି ବର୍ଷ ପାଇଁ ନୂଆପଡ଼ା ଜିଲ୍ଲା ଓଷ୍ଟା ପାଇଁ କର୍ମକର୍ତ୍ତା ମନୋନୀତ କରଯାଇଥିଲା। ଏଥିରେ ବନବିହାରୀ ମେହେର ସଭାପତି ଓ ରବୀନ୍ଦ୍ରନାଥ ଯୋଷୀ ସମ୍ପାଦକ, ସୁଶାନ୍ତ କୁମାର ବିଶି କାର୍ଯ୍ୟକାରୀ ସଭାପତି, ଭରତ ଚନ୍ଦ୍ର ବେହେରା, ମମତା ପତି ଓ ପଞ୍ଚାନନ ମଟାରୀ ଉପ ସଭାପତି, ଛବି ପୋଢ଼, ଦିଲୀପ କୁମାର ନାଏକ, ପ୍ରୀୟମଞ୍ଜରୀ ବେହେରା ଯୁଗ୍ମ ସମ୍ପାଦକ ଭାବରେ ଓ ଆଦାମ କୁମାର ପାଣ୍ଡେ, ରାଜ କୁମାର ତାଣ୍ଡି ଅନିରୁଦ୍ଧ ପଣ୍ଡା, ଉପେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ କାର୍ଯକାରୀ କମିଟି ସଭ୍ୟ ଭାବରେ ମନୋନୀତ ହୋଇଛନ୍ତି। ଏହି ଅବସରରେ ବନ ବିହାରୀ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବିଧାନିକ ସଭାରେ ଓଷ୍ଟାର ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ଵାଳ, ସହ ସମ୍ପାଦକ ଆଶୁତୋଷ ରଥ, ପ୍ରାକ୍ତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ବରଗଡ ଜିଲ୍ଲା ସମ୍ପାଦକ ସଞ୍ଜୟ କୁମାର ସିଂ, ପ୍ରାକ୍ତନ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରଦୀପ ଯୋଷୀ, ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ଯୋଷୀ ପ୍ରମୁଖ ମଞ୍ଚାସିନ ଥିଲେ। ସଭା ପ୍ରାରମ୍ଭରେ ସମ୍ପାଦକ ଶ୍ରୀଯୁକ୍ତ ଯୋଷୀ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହିତ ବିଗତ ତିନି ବର୍ଷର ଆୟବ୍ୟୟ ଉପସ୍ଥାପନ କରିଥିଲେ। ସୁଶାନ୍ତ କୁମାର ବିଶି ମଞ୍ଚ ପରିଚାଳନା କରିଥଲେ। ନବ ନିର୍ବାଚିତ ପଦାଧିକାରୀଙ୍କୁ ରାଜ୍ୟ ଓଷ୍ଟାର ପ୍ରାକ୍ତନ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ ୱାନ ଗ୍ରେଡ଼ ପାଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ