Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡିଶା ଜେସିବି ଚାଳକ ସଂଘର ପ୍ରତିଷ୍ଠା ଦିବସ

ସମ୍ବଲପୁର :ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗଙ୍ଗାଧର ମଣ୍ଡପରେ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲ୍ଲା ସମେତ କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଚାଳକ ଯୋଗଦାନ କରିଥିଲେ ‌। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ସବୁ ଚାଳକମାନେ ମିଳିତ ଭାବେ ଯେଭଳି ସାମାଜିକ ଦାୟିତ୍ଵ ନିର୍ବାହ କରୁଛନ୍ତି ତଥା ସଂଘର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ସଂଘ ଗୋଟିଏ ବର୍ଷରେ ମାଲକାନଗିରି ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରିବା ପ୍ରଶଂସାର ବିଷୟ ବୋଲି କହିଥିବା ବେଳେ ମୁଖ୍ୟ ବକ୍ତା ଜିଲ୍ଲା ବିଜେଡ଼ି ସଭାପତି ସିଦ୍ଧାର୍ଥ ଦାସ ୧୮୦୦ ୟୁନିଟ୍ ରକ୍ତ ଗୋଟିଏ ବର୍ଷରେ ସଂଗ୍ରହ କରିବା ଏକ ରେକର୍ଡ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଚାଳକ ମାନଙ୍କ ସକାଶେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବୌଦ୍ଧ ଏନ୍.ଏ.ସି ଅଧ୍ୟକ୍ଷ ତଥା ବୌଦ୍ଧ ଜିଲ୍ଲା ଯୁବ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ରାୟଗଡ଼ା ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡେଙ୍ଗା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଆବତାବ୍ ଆଲମ୍ ଖାନ୍ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘ ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମୀ ପ୍ରସାଦ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅଞ୍ଚଳରେ ଭଲ ସାମାଜିକ କାର୍ଯ୍ୟ କରୁଥିବା ଉତ୍ସର୍ଗ, ସୋସିଆଲ ଷ୍ଟାର୍ କ୍ଳବ୍, ଲିମସରିଏନ୍ ଯୁବକ ସଂଘ, ସେବା ତଥା ବରଗଡର ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା ଏବଂ ବ୍ୟକ୍ତି ବିଶେଷ ଭାବେ ସମାଜସେବୀ ଅମର ତାଣ୍ଡିଆ, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, କାର୍ତ୍ତିକ କଲେତ୍, ଶ୍ରମିକ ନେତ୍ରୀ ସସ୍ମିତା ଦୀପ, ମାନସ ମୁଲୀ, ମୋହିତ ନାୟକ, ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜିକା କବିତା ପୁରୋହିତ, ଲିଲିମା ମଲ୍ଲିକ, ରାଜୀବ ଗଣ୍ଡ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଘ ସଭାପତି ମିଥୁନ ମହାରଣା, କୋଷାଧ୍ୟକ୍ଷ ଆଦିତ୍ୟ ସାହୁ, ମଞ୍ଜୁ ଓରାମ, ଉତ୍ତମ ବାଗ୍, ସଞ୍ଜୟ ଓରାମ, ରଞ୍ଜନ ବେହେରା, ଦୀପକ ବଗର୍ତ୍ତି, ଟୁଲୁ ପ୍ରଧାନ, ରୋହିତ ମିର୍ଦ୍ଧା, ପ୍ରକାଶ ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସମ୍ବଲପୁର ନାମ କରା କଳାକାର ଉମାକାନ୍ତ ବାରିକ୍ ଓ ବଲାଙ୍ଗୀରର ଅର୍ଚ୍ଚନା ପାଢୀ ସଙ୍ଗୀତ ପରିବେଷଣ କରିଥିଲେ ତଥା ମୀନାକ୍ଷୀ ରାଉତ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର ସମ୍ପାଦକ ଦୀପକ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ