Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ରେ ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ବତ ସମାରୋହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ସ୍ଥିତ ମାଉସି ମାଁ ମନ୍ଦିର ପରିସରରେ ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦର ଶହେଦଶ ତମ ଭ୍ରାମ୍ୟମାନ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂସଦର ସ୍ଥାୟୀ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁଗଳ କିଶୋର ମିଶ୍ର ସ୍ବାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ। ଆଧ୍ୟାତ୍ମିକ ଚିନ୍ତନ ସାହିତ୍ୟ ସଂରଚନା ପାଇଁ ଅନୁପ୍ରରିତ କରିଥାଏ ବୋଲି ଉପସ୍ଥିତ କବି ଓ କବିୟିତ୍ରୀମାନେ ମତ ପ୍ରଦାନ କରିଥିଲେ । ଡା.ଅନିରୁଦ୍ଧ କୁରକୁରିଆଙ୍କ ପ୍ରାୟୋଜନରେ ଅନୁଷ୍ଠିତ ସାରସ୍ବତ ସମାରୋହରେ ଭକ୍ତି କବିତା ଆସର କରାଯାଇଥିଲା । ଅକୃର ହୋତା ଓ ସନ୍ତୋଷିନୀ ନାୟକ ଙ୍କ ସଂଯୋଜନାରେ ଶ୍ୟାମ ଗୋପାଳ ହୋତା, ସୁବ୍ରତ କୁମାର ପଣ୍ଡା, ପ୍ରଫୁଲ୍ଲ ପଧାନ, ଡା.ଅନିରୁଦ୍ଧ କୁରକୁରିଆ, ପ୍ରହଲ୍ଲାଦ ନାଏକ, ବାସନ୍ତି ବଡମାଳୀ, କିଶୋର ହୋତା, ସତ୍ୟନାରାୟଣ ଚାନ୍ଦ, ଗିରିଧାରୀ ହୋତା, ଭଗବାନ ବାଘ, ଯୁଗଳ କିଶୋର ମିଶ୍ର ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।