Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଦଳକୁ ବଡ଼ ଝଟକା, ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳା ପରଠୁ ଶ୍ରେୟସ ଆୟର ଆଉ ପଡ଼ିଆକୁ ଫେରି ପାରି ନାହାନ୍ତି। ଆହତ କାରଣରୁ ସେ ପ୍ରଥମେ ଟେଷ୍ଟ ସିରିଜ୍ ଏବଂ ପରେ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲେ। ସେ ଆଇପିଏଲ୍ ମଧ୍ୟ ଖେଳି ପାରି ନଥିଲେ। ତାଙ୍କୁ ସର୍ଜରୀ ମଧ୍ୟ କରିବାକୁ ପଡ଼ିଛି। ତଥାପି ତାଙ୍କର ଶୀଘ୍ର ପଡ଼ିଆକୁ ଫେରିବାର ସମ୍ଭାବନା ନାହିଁ। ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟର ଏସିଆ କପ୍ ଖେଳିବାରୁ ବଞ୍ଚିତ ହୋଇ ପାରନ୍ତି।

ଶ୍ରେୟସ ଆୟରଙ୍କ ଆଗାମୀ ଏସିଆ କପ୍ ୨୦୨୩ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିବା ମୁସ୍କିଲ ଲାଗୁଛି। ଆୟରଙ୍କୁ ଚଳିତ ବର୍ଷ ଆରମ୍ଭରେ ବର୍ଡର-ଗାଭାସ୍କର ଟ୍ରଫି ସମୟରେ ପିଠିରେ ଆଘାତ ଲାଗିଥିଲା। ଏହା ପରେ ପିଠିର ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ସେ ଆଇପିଏଲ୍ ସହିତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ଖେଳି ପାରି ନ ଥିଲେ। ଏପରିକି ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ମଧ୍ୟ ତାଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ। ଆଉ ଏବେ ସେ ଏସିଆ କପ୍ ମଧ୍ୟ ଖେଳି ପାରିବେ ନାହିଁ।

ଆୟର ସଂପୂର୍ଣ୍ଣ ଆହତ ସମସ୍ୟାରୁ ମୁକୁଳି ନାହାନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ପୁନଃଥଇଥାନ ପ୍ରକ୍ରିୟାରେ ଗତି କରୁଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏବେ ମଧ୍ୟ ଶ୍ରେୟସ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏପରିକି ତାଙ୍କୁ ଏନସିଏରେ ଇଞ୍ଜେକ୍ସନ ନେବାକୁ ପଡ଼ିଥିଲା। ତେଣୁ ସୁସ୍ଥ ହେବାକୁ ଆହୁରି ସମୟ ଲାଗିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ