ଉପରମୁଣ୍ଡରେ ପ୍ରବଳ ବର୍ଷା; ଗତକାଲିଠୁ ଆଜି ଗୋଟେ‌ ଫୁଟ ବଢିଲା ହୀରାକୁଦ ଜଳସ୍ତର


ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ମୌସୁମୀ ବର୍ଷା ଯୋଗୁ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଏହାର ପ୍ରଭାବରେ ବଢ଼ୁଛି ହୀରାକୁଦ ଜଳସ୍ତର । ଗତକାଲି ଜଳସ୍ତର ୬୦୦. ୪୫ ଫୁଟ ରହିଥିବା ବେଳେ ଆଜି ତାହା ବୃଦ୍ଧି ପାଇଁ ୬୦୧. ୩୧ ଫୁଟରେ ପହଞ୍ଚିଛି । ଗୋଟିଏ ଫୁଟ ବଢିଛି ଜଳଭଣ୍ଡାରର ଜଳସ୍ତର।

ଜଳସ୍ତରର ଇନଫ୍ଲୋ ବୃଦ୍ଧି ପାଇ ୪୪ ହଜାର ୨୪୫ କ୍ୟୁସେକରେ ପହଞ୍ଚିଛି । ପୂର୍ବରୁ ଏହା ୪୩୩୨ କ୍ୟୁସେକ ଥିଲା। କଲମାର ଓ କେଲୋର କିଛି ଗେଟ ଖୋଲା ଯାଇଥିବାରୁ କ୍ରମାଗତ ଭାବେ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।