ସମ୍ବଲପୁର (ଭୁବନେଶ୍ୱର): ଆଜି ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ ” କାହାଣୀ ମହାଭାରତ ” ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପବିତ୍ର କର କମଳରେ ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶ ଥାଉ କି ନିକଟରେ ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ଓଡ଼ିଶା ପକ୍ଷରୁ ବଲାଙ୍ଗୀର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାରସ୍ଵତ ମହାକୁମ୍ଭ ଓ ସମ୍ମର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ କଳା ସଂସ୍କୃତିର ବିକାଶ , ସୁରକ୍ଷା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ପ୍ରଦୀପ କୁମାର ପଣ୍ଡାଙ୍କୁ ” ରାଜ୍ୟ ସ୍ତରୀୟ ବାଣୀ ରତ୍ନ ସମ୍ମାନ – ୨୦୨୩ ” ସମ୍ମାନରେ ସମ୍ମାନୀତ କରାଯାଇଛ । ଏହା ପୂର୍ବରୁ ଗାଳ୍ପିକଙ୍କର କାହାଣୀ ରତ୍ନମାଳା ପ୍ରକାଶିତ ହୋଇ ପାଠକୀୟ ସ୍ଵୀକୃତି ଲାଭ କରିଛି । ଡଃ ପଣ୍ଡା ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ସହିତ କବି , ଲେଖକ, ଗାଳ୍ପିକ , ପ୍ରାବନ୍ଧିକ ଅଟନ୍ତି । ଡଃ ପଣ୍ଡାଙ୍କ ଅନେକ ଗଳ୍ପ , କବିତା , ପ୍ରବନ୍ଧ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି ।ପ୍ରକାଶ ଥାଉ କି ଡଃ ପଣ୍ଡା ନିଜର ନିଷ୍ଠାପର କର୍ତ୍ତବ୍ୟ , ସକାରାତ୍ମକ ଚିନ୍ତାଧାରା, ପରିଶ୍ରମ , ସୃଜନଶୀଳତା , ଅଭିନବ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଓ ପ୍ରେରଣା ଦେବାରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ରହିଛି । ଏଥିପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ଠାରୁ ୨୦୨୨ରେ ” ଗୁରୁ ବ୍ରହ୍ମା ” ସମ୍ମାନ ଲାଭ କରିଛନ୍ତି । ପରିବେଶ ଉପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୨୧ ମସିହାରେ ଓଡ଼ିଶା ସରକାର ଡଃ ପଣ୍ଡାଙ୍କୁ ” ପ୍ରକୃତି ମିତ୍ର ” ପୁରସ୍କାର ପ୍ରଦାନ କରିଛନ୍ତି । ଏଥି ସହିତ ଭାଷା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ପଣ୍ଡାଙ୍କୁ ରାଜ୍ୟର ବିଭିନ୍ନ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସମ୍ମାନିତ କରାଯାଇଛି । ଶିକ୍ଷାଦାନ ସହିତ ବର୍ତ୍ତମାନ ବ୍ରହ୍ମ ନିର୍ଘୋଷ ଇ-ପତ୍ରିକାର ଡିଜିଟାଲ ମୁଖ୍ୟ ସମ୍ପାଦକ ଭାବେ ଡଃ ପଣ୍ଡା କାର୍ଯ୍ୟରତ ଅଛନ୍ତି । ନିଷ୍ଠା ଓ ନିରନ୍ତର ସାଧନାରେ ବ୍ରତୀ ଥିବା ପ୍ରତିଭାଦିପ୍ତ ସାରସ୍ଵତ ସାଧକ ଡଃ ପ୍ରଦୀପ କୁମାର ପଣ୍ଡା ସମ୍ବଲପୁର ଜିଲ୍ଲାର ଯୁଯୋମୁରା ଅନ୍ତର୍ଗତ ନୂଆଁ ବରଙ୍ଗାମାଲର ଅଧିବାସୀ ଅଟନ୍ତି ।
ଶିଶୁ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ ” କାହାଣୀ ମହାଭାରତ ” ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କର କମଳରେ ଉନ୍ମୋଚିତ
