Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପାଟଣା ବ୍ଲକ୍ ଖଣି ଅଞ୍ଚଳ ପରୀକ୍ଷା ସ୍ଥାନରେ ପୋଡାଜ୍ବଳା ଘଟଣା…. ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ୍.

ଲକ୍ଷ୍ମୀପୁର ୨୬.୦୬ କୋରାପୁଟ ଜିଲ୍ଲା ନାରାୟଣପାଟଣା ଖଣିଅଞ୍ଚଳରେ ଗତ ମାସ ୨୭ ତାରିଖ ଦିନ ହୋଇଥିବା ପ୍ରୋକଲିନ୍ ମେସିନ୍ ସହ ବିଭିନ୍ନ ଗାଡି ପୋଡା ଜ୍ବଳା ଘଟଣାରେ ନାରାୟଣପାଟଣା ପୋଲିସ୍ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ତଳଗୁମାଣ୍ଡି ଗାଁ ର ବିଜୁ ହିମେରିକା (୨୯) ,ଆମରି ତାଡିଙ୍ଗି(୩୦) ଓ ଭିତରପଡା ଗାଁ ର ସାଣ୍ଡା ହିଡ୍ରେକା(୩୩) ବୋଲି ଜଣାପଡିଛି।ଗିରଫ ବ୍ୟକ୍ତି ମାନଙ୍କ ନାମ ରେ ନାରାୟଣପାଟଣା ଥାନା କେସ୍ ନମ୍ବର ୪୪ ଦଫା ୪୩୫, ୪୨୭,ଓ ୩୪ ଆଇପିସି ରେ ମକଦ୍ଦମା ରୁଜୁକରାଯାଇଛି।ଏହି ପୋଡାଜ୍ବଳା ଘଟଣାରେ ଶୁକ୍ରବାର ଦିନ ୧୧ଜଣଙ୍କୁ ଲକ୍ଷ୍ମୀପୁର ଥାନା ରେ ଅଟକ ରଖି ପଚରା ଉଚୁରା କରାଯାଉଥିଲା। ଶନିବାର ଦିନ ୮ଜଣଙ୍କୁ ସର୍ତମୁଳକ ଭାବେ ଛଡାଯାଇଥିବା ବେଳେ ଘଟଣା ରେ ସମ୍ପୃକ୍ତ ଥିବା କାରଣ ଦର୍ଶାଇ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନି କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି ନାରାୟଣପାଟଣା ବ୍ଲକର କର୍ଣକୋଣ୍ଡା ପାହାଡରେ ଗଛିତ ଥିବା ଖଣିର ମାନ ପରିକ୍ଷଣ ପାଇଁ ତ୍ରିବେଣି ଏର୍ଥମୁଭର୍ସ କମ୍ପାନି ଦ୍ବାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା।ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ,ପ୍ରୋକଲିନ୍ ମେସିନ୍ ପୋଡିଦେବା ସହ ଅନ୍ୟ ଗାଡି ଗୁଡିକୁ କେହି ଭାଙ୍ଗି ଦେଇଥିଲେ।ଏହାକୁ ନେଇ ରାସ୍ତା ନିର୍ମାଣକାରି ସଂସ୍ଥା ର ଡ୍ରିଲିଂ ଇନଚାର୍ଯ୍ ବିକାଶ ଗିରି ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରାଜାଇଥିଲା।ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା।ଦିର୍ଘ ପ୍ରାୟ ଏକମାସ ପରେ ୩ଜଣ ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ୍ କହିଛି। ଅନ୍ୟପକ୍ଷରେ ଯନ୍ତ୍ରାଂଶ ଗୁଡିକ କେଉଁ ପରିସ୍ତିତି ରେ ପୋଡାଜ୍ବଳା କରାଯାଇଛି ଓ କିଏ କାହିଁକି ପୋଡାଜ୍ବଳା କରାଗଲା ତାହା ତଦନ୍ତ କରାଯାଉ,ଗିରଫ ହୋଇଥିବା ଯୁବକ ମାନେ ସମ୍ପୃକ୍ତ ନୁହଁନ୍ତି,ରାସ୍ତା କାମ ର ଦାୟିତ୍ବ ସେହି ଅଞ୍ଚଳର ଜଣେ ସରପଞ୍ଚ ଦାୟିତ୍ବ ନେଇ କରୁଥିଲେ,ତେଣୁ ସରପଞ୍ଚ ମହାଶୟ ଜଣକ ଆବଶ୍ୟକ ସୁରକ୍ଷା ବ୍ୟବସ୍ତା ନକରି କାହିଁକି କମ୍ପାନି ସପକ୍ଷରେ ରହି କାର୍ଯ୍ୟ କରାଉଥିଲେ,ତେଣୁ ସେ ହିଁ ଦାୟୀ ଅଟନ୍ତି ବୋଲି ତଳଗୁମାଣ୍ଡି ନାଏବ ସରପଞ୍ଚ ଇନା ତାଡିଙ୍ଗି ଙ୍କ ସମେତ ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମସୁନ୍ଦର ତାଡିଙ୍ଗି,ଯୁବନେତା ପବିତ୍ର ସାଉଁନ୍ତା ପ୍ରମୁଖ ପ୍ରକାଶ କରିଛନ୍ତି।୩ଜଣଙ୍କ ଗିରଫ ପରେ ଏକ ଅଶାନ୍ତର ବାତାବରଣ ଶୃଷ୍ଟି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ