Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକାଶଛୁଆଁ ଟମାଟୋ ଦର; ଅସନ୍ତୋଷ ପ୍ରକାଶ କଲେ ଗ୍ରାହକ

ଭୁବନେଶ୍ବର: ଟମାଟୋ ଦର ଆକାଶଛୁଆଁ। କିଛିଦିନ ତଳେ ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଦାମ ହଠାତ ବଢି ଏବେ ୧୦୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ। ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କାରେ ବିକ୍ରି ହେଉଛି। ମୌସୁମୀ ଆସିବା ମାତ୍ରେ ମହାଙ୍ଗା ହେଲାଣି ସବୁଜ ପନିପରିବା ଦର। ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହ ଟମାଟୋ ମୂଲ୍ୟ ତିନି ଗୁଣ ବୃଦ୍ଧି ପାଇଛି। ହରିୟାଣା ଏବଂ ଉତ୍ତରପ୍ରଦେଶରୁ ଟମାଟୋ ଯୋଗାଣ କମ୍ ଥିବାରୁ ବେଙ୍ଗାଲୁରୁରୁ ଟମାଟୋ ଆସୁଛି। ସମ୍ପ୍ରତି ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି। ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ଜୁନ୍‌ ମାସରେ ଏହା ହଠାତ ବୃଦ୍ଧି ପାଇଥିବାରୁ ଗ୍ରାହକମାନଙ୍କ ମଧ୍ୟ ଅସନ୍ତୋଷ ବୃଦ୍ଧିପାଇଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ