Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଟା ପାୱାର ଟିପିଡବ୍ଲୁଓଡିଲ୍ ବିରୁଦ୍ଧରେ ଗର୍ଜିଲା କଂଗ୍ରେସ

ସମ୍ବଲପୁର :ଟାଟା ପାୱାର (ଟିପିଡବ୍ଲୁଓଡିଏଲ) ବିରୁଦ୍ଧରେ ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ଯୋରରେ ଗର୍ଜିଛି। କମ୍ପାନିର ଳୁଟରାଜ, ଅରାଜକତା ଓ ଗୁଣ୍ଡାରାଜ ବିରୁଦ୍ଧରେ ସୁପ୍ତ କଂଗ୍ରେସ ଆଜି ତାର ମହାଶକ୍ତି ଦେଖଇଛି ।ଜିଲ୍ଲା ସଭାପରି ଆସଫ ଅଲ୍ଳି ଖାଁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ଆଫିସରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଲକ୍ଷ୍ମି ଟକିଚ୍,ଚର୍ଚ ଛକ, ବୁଢାରଜା, ଅଇଁଠାପାଲି ଦେଇ ଟିପିଡବ୍ଲୁଓଡିଏଲ କାର୍ଯ୍ଯାଳୟରେ ଧାରଣାରସ ବସିଛନ୍ତି। ଏଥିପାଇଁ ପୋଲିସ ବ୍ୟବସ୍ଥାକୁ କଡାକଡି କରାଯିବା ସହ କାର୍ଯ୍ୟାଳୟ ସାମ୍ନାରେ ପୋଲିସର କଡା ପହରା ଦିଆଯାଇଛି । ସମଗ୍ର ଜିଲ୍ଲାରେ ବିଦ୍ୟୁତ ସେବା ଏକ ପ୍ରହସନ ହୋଇଥିବାରୁ କଂଗ୍ରେସର ଏହି ଶୋଭାଯାତ୍ରାରେ ଅପୁର୍ବ ଜନ ସମର୍ଥନ ପରିଲକ୍ଷିତ ହୋଇଛି ।ଜିଲ୍ଲାତ ୯ ବ୍ଲକରୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଛନ୍ତି । ୪ ଦିନ ଧରି ପ୍ରବଳ ବର୍ଷା ସତ୍ତ୍ୱେ କଂଗ୍ରେସର ଏହି ଏକତା ଆଗାମୀ ଦିନ ପାଇଁନ ନୂଆଁ ଆଶାର କିରଣ ବୁଣିଛି । ଜିଲ୍ଲା ସଭାପତି ଆସବ ଅଲ୍ଲି ଖାଁଙ୍କ ସହିତ,ରେଙ୍ଗାଲିର ପୁର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ଆଶୁତୋଷ ସ୍ୱାଇଁ, ଅଶୋକ ସୋନି,ଜୟରାମ ବନିଆଁ,ପ୍ଲାବନ ବହିଦାର,ମହମ୍ମଦ ଜୁବେଦ,ସୁବାସ ବିଶ୍ୱାଲ,ଅନନ୍ତ ଦାଶ,ଗୋବିନ୍ଦ ମିଶ୍ର,ସୁଧିର ପଣ୍ଡା,ପିସିସି ସମ୍ବଲପୁର ପର୍ଯ୍ୟବେକ୍ଷକ ବିଦ୍ୟୁ ଭୂଷଣ ତ୍ରିପାଠୀ,ମୋହନ ସାହା,ମହମ୍ମଦ ସକୁ,ସୁରେଶ ପ୍ରଧାନ,ସରୋଜ ପୂଝାରୀ,ଚତୁର୍ଭୁଜ ଝାଙ୍କର,ଦଳଗଞ୍ଜନ ହାତୀ,ଅଶୋକ ସାହୁ,ଆନନ୍ଦ ପ୍ରଧାନଦେବିଲାଲ ପ୍ରଧାନ ,କୁମାର ରହନା,ଅନୂପ ବାନି,ଆନନ୍ଦ ଓଝା ,ରଞ୍ଜନ ସାହୁ,ଅଶୋକ ଷଡଙ୍ଗୀ, ଟନ ପ୍ରଧାନ, ସୁମନ୍ତ ଧଳ,ଅଶୋକ ସାମର ,ଗୌରୀ ଶଙ୍କର ପାତ୍ର,ବେଦ ପ୍ରକାଶ ବିଶ୍ୱାଲ,ରବିନ୍ଦ୍ର ସାହୁ ପ୍ରମୁଖ ଏଥିରେ ଯୋଗଦେଇ କମ୍ପନୀ ବିରୁଦ୍ଧରେ ବେଶ ଗର୍ଜିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ