Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଡମି 12 କିଣୁଛନ୍ତି କି? ମିଳିବନି ଚାର୍ଜର; ଜାଣନ୍ତୁ ଏଥିରେ କଣ ରହିଛି ଆକର୍ଷଣୀୟ ଫିଚର୍ସ

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ଜିଆଓମି ଲଞ୍ଚ କରିଛି ନୂଆ ଜିଆଓମି ରେଡମି 12। ଏହା ଏଣ୍ଟ୍ରି-ଲେଭଲ୍ ଗାଲାକ୍ସି ଫୋନ୍ ପରି। ରେଡମି 12 ରେ ଷ୍ଟାଇଲିସ୍ ଡିଜାଇନ୍ ଏବଂ ଆକର୍ଷଣୀୟ ଫିଚର୍ସ ରହିଛି।

ଏଥିରେ USB କେବୁଲ୍ ରହିଛି। କିନ୍ତୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦି ଆପଣ ଏହି ଫୋନ କିଣୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଚାର୍ଜର କିଣିବାକୁ ପଡିବ। ଏଥିରେ ଚାର୍ଜରର ସୁବିଧା ଉପଲବ୍ଧ ନାହିଁ। ଏହି ଫୋନ୍ 18W ଚାର୍ଜିଂ ପାଇଁ ସକ୍ଷମ। ରେଡମି 12 ର IPS LCD ସ୍କ୍ରିନ୍‌ ୬.୭୯ ଇଞ୍ଚ ରହିଛି। ଏହାର ରିଜୋଲ୍ୟୁସନ ହାର ରହିଛି 90Hz। ଏହାର ପ୍ୟାନେଲ୍ ଅତ୍ୟନ୍ତ ଆକର୍ଷଣୀୟ ରହିଛି। ଏହାସହିତ ଏଥିରେ 8GB RAM ମଧ୍ୟ ଉପଲବ୍ଧ ଅଛି। ଏଥିରେ 256GB ଷ୍ଟୋରେଜ୍ ମଧ୍ୟ ଅଛି। ଏହାର ବ୍ୟାଟେରୀ 5000mAh ରହିଛି।

ଫୋନର ବ୍ୟାକ୍‌ କ୍ୟାମେରା 50MP ଓ୍ବାଇଡ୍‌, 8MP ଅଲଟ୍ରାୱାଇଡ୍ ଏବଂ 2MP ଡେପ୍‌ଥ ସେନ୍ସର ସହିତ ଉପଲବ୍ଧ। ସାମ୍‌ନା ପାର୍ଶ୍ବରେ ଏକ 8MPର ସେଲଫି କ୍ୟାମେରା ମଧ୍ୟ ଅଛି। ତେବେ ଯେକୗଣସି ଫୋନ କିଣିଲା ବେଳେ ଆମେ ସମସ୍ତେ ଫୋନର ରଙ୍ଗକୁ ବେଶି ପରଖିଥାଉ। ତେବେ ରେଡମି ୧୨ରେ ବିଭିନ୍ନ ପ୍ରକାରର ରଙ୍ଗ ବଜାରରେ ଉପଲବ୍ଧ ଅଛି। ଯେମିତିକି ମିଡନାଇଟ୍ ବ୍ଲାକ୍, ସ୍କାଏ ବ୍ଲୁ, ପୋଲାର ସିଲଭର୍‌। ଥାଇଲ୍ୟାଣ୍ଡରେ ରେଡମି ୧୨ର ମୂଲ୍ୟ 8 / 128GB ମଡେଲ ପାଇଁ THB 5,299 ($ ​​153) ଏବଂ ୟୁରୋପରେ ଏହାର ମୂଲ୍ୟ ରହିଛି € 199।