Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Microsoft Global Outage: ନେଟୱର୍କ ଅପଗ୍ରେଡ୍‌ରେ ତ୍ରୁଟି ଯୋଗୁଁ ବିଶ୍ୱବ୍ୟାପୀ ସେବା ବାଧା, କ୍ଷମା ମାଗିଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ବିଭିନ୍ନ ସେବାରେ ଦେଖାଦେଇଥିବା ବିଶ୍ୱବ୍ୟାପୀ ବୈଷୟିକ ସମସ୍ୟାର କାରଣ ସ୍ପଷ୍ଟ କରିଛି କମ୍ପାନୀ। ପୂର୍ବରୁ ନେଟୱର୍କ କ୍ଷମତା ବୃଦ୍ଧି ପାଇଁ କରାଯାଇଥିବା ଅପଗ୍ରେଡ୍‌ରେ ରହିଥିବା ଏକ ତ୍ରୁଟି, ନିକଟରେ ହୋଇଥିବା ନେଟୱର୍କ ପରିବର୍ତ୍ତନ ପରେ ସାମ୍ନାକୁ ଆସିଥିଲା। ଏହା ଯୋଗୁଁ Outlook, Teams, Copilot ଏବଂ Microsoft 365 ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହୋଇଥିଲା। ଫଳରେ ଅନେକ ୟୁଜର୍‌ ଏହି ଆପ୍‌ଗୁଡ଼ିକର ବିଭିନ୍ନ ସୁବିଧା ବ୍ୟବହାର କରିବାରେ ଅସୁବିଧା ଭୋଗିଥିଲେ।

ଏହି ସମସ୍ୟା ପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସମ୍ପର୍କିତ ତ୍ରୁଟି ନଥିବା ସ୍ପଷ୍ଟ କରିଛି ମାଇକ୍ରୋସଫ୍ଟ। ନେଟୱର୍କରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ହିଁ ଏହି ବାଧାର କାରଣ ବୋଲି କମ୍ପାନୀ କହିଛି। ଏଥିଯୋଗୁଁ ଗ୍ରାହକମାନେ ଭୋଗିଥିବା ଅସୁବିଧା ପାଇଁ ମାଇକ୍ରୋସଫ୍ଟ କ୍ଷମା ମାଗିଛି।

ଅନ୍ୟପକ୍ଷରେ, ପ୍ରଭାବିତ ସେବାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସ୍ୱାଭାବିକ କରାଯାଉଥିବା କମ୍ପାନୀ ସୂଚନା ଦେଇଛି। ଏହି ଘଟଣାର ସମ୍ପୂର୍ଣ୍ଣ କାରଣ, ତ୍ରୁଟିର ପ୍ରଭାବ ଏବଂ ତାହାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିବାକୁ ମଧ୍ୟ ମାଇକ୍ରୋସଫ୍ଟ ପ୍ରତିଶ୍ରୁତି ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories