Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର; ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର। ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ।

ସୂଚନାଥାଉ କି,  ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂପୃକ୍ତ ସଚିବଙ୍କ ବିରୋଧରେ ୨୪  ଜୁନରେ ଅଭିଯୋଗ କରିଥିଲେ। ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର । ଚିଠିରେ ସଂଲଗ୍ନ ଅଛି ଫଟୋ, ଭିଡିଓ, ସିଡି ଓ ପେନଡ୍ରାଇଭ।  ଏହି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କର ଏହି ଚିଠିକୁ ଟୁଇଟ କରି ସେୟାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ସୂଚନାଥାଉ କି, ଭୁବନେଶ୍ୱର ସାଂସଦ ଏକ ପ୍ରେସ ମିଟ କରି ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ ଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ । ସାଂସଦ ଅଭିଯୋଗ ଆଣିଥିଲେ ଯେ, ସଚିବ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବା ସହ ବିଭିନ୍ନ ରାଜନୈତିକ ସଭା ସମିତିରେ ଯୋଗ ଦେଉଛନ୍ତି । ଏଥିସହିତ ସରିକାରୀ ପ୍ରକଳ୍ପର ଘୋଷଣା କରିବା ସହ ପୋଲିସ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି । ଏପରିକି ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଅବମାନନା କରିବା ସହ ଦୁର୍ବ୍ୟବହାର କରୁଛନ୍ତି ଏବଂ ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ରହୁଛନ୍ତି  । ଏସବୁ ଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେବା ସହ ଅର୍ଡର ଅଫ ପ୍ରେସେଡେନ୍ସିର ଉଲ୍ଲଘଂନ କରୁଛି ବୋଲି ଅଭିଯୋଗ ଆଣିଥିଲେ l