Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର ମାନଙ୍କୁ ନେଇ ବ୍ଳକ ସ୍ତରୀୟ କାର୍ମଶାଳା

ଗୋପାଳପୁର,୨୭/୦୬, ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର କର୍ମଚାରିଙ୍କୁ ନେଇ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ଲକ୍ଷ୍ମୀ ନୃସିଙ୍ଗ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବ୍ଳକ କୃଷି ଅଧିକାରୀ ରଙ୍ଗେଇଲୁଣ୍ଡା, ସହ କୃଷି ଅଧିକାରୀ ରଙ୍ଗେଇଲୁଣ୍ଡା, କନିଷ୍ଠ କିରାଣୀ ସାମାଜିକ ସୁରକ୍ଷା ଅଧିକାରି ଏଲ.ଶଶା ରାଓ ରେଡ୍ଡୀ, ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ସରୋଜ ପାଢି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୨ଟି ଗ୍ରାମ ପଞ୍ଚାୟତ ର ସମସ୍ତ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର କର୍ମଚାରିମାନଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲା । ବିଶେଷକରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କିପରି ଆବେଦନ କରାଯିବ,ଆବଶ୍ୟକ କାଗଜ ପତ୍ର ଉପରେ ଆଲୋଚନା କରଯାଇଥିଲା । ଏହି କର୍ମଶାଳାକୁ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟର ପ୍ରକଳ୍ପ ସଂଯୋଜକ ଚନ୍ଦନ କୁମାର ସାହୁ ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ସଂଯୋଜକ ବିପ୍ଳବ କୁମାର ବେହେରା,ସୁଦୀପ ଚକ୍ରବର୍ତୀ, ଗୀତାଞ୍ଜଳି ପାଣିଗ୍ରାହୀ,ମାମାଲି ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories