Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କେନ୍ଦ୍ରୀୟ ବିଦ୍ୟାଳୟ ରେ ବିଦ୍ୟାପ୍ରବେଶ କାର୍ଯ୍ୟକ୍ରମ

ଗୋପାଳପୁର,୨୭/୦୬ ଗୋପାଳପୁର କେନ୍ଦ୍ରୀୟ ବିଦ୍ୟାଳୟ ମିଲିଟାରୀ ଷ୍ଟେସନ ରେ ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଭାଗର ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଂକୁ ସମ୍ବୋଧନ କରି ବିଦ୍ୟାଳୟ ର ନୀତି, ନିୟମ ସିଦ୍ଧାନ୍ତ ବିଷୟରେ ସୂଚନା ଦେଇଥିଲେ। ଶ୍ରେଣୀ ଅଧ୍ୟାପକ ଙ୍କ ଦ୍ଵାରା ପ୍ରାଥମିକ ବିଭାଗର ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମର ଆରମ୍ଭ ରେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ ପରେ ନୂତନ କୁନି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ବିଦ୍ୟାଳୟ ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଦାସ ତାଙ୍କ ଉଦବୋଧନ ରେ ବିଦ୍ୟାଳୟ ର ଇତିହାସ ତଥା ଗାରିମା ବିଷୟରେ ଆଲୋକପାତ କରିଥିଲେ ତଥା ଛାତ୍ର ଛାତ୍ରୀ ମାନଙ୍କ ବହୁମୁଖି ପ୍ରତିଭା ଏବଂ ଉପଲବ୍ଧି ବିଷୟରେ ଅବଗତ କରାଇଥିଲେ। ଅଭିଭାବକ ମାନଂକୁ ଏହା ଜଣାଇଥିଲେ ଯେ ବିଦ୍ୟାଳୟ ରେ ନିୟମିତ ଶିକ୍ଷକ ଙ୍କ ପଦ ଖାଲି ଥିଲେ ମଧ୍ୟ ସେଥିରେ ଚୁକ୍ତି ଭିତ୍ତିକ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ସେମାନେ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ।
ଅଧ୍ୟକ୍ଷ ମହୋଦୟ ବିଦ୍ୟାଳୟ ର ସୁଚାରୁ ପରିଚାଳନା ନିମନ୍ତେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ଅବିଭାବକଙ୍କ ପୂର୍ଣ୍ଣ ସହଯୋଗ ଏବଂ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ମାର୍ଗଦର୍ଶନ ତଥା ଆଶିର୍ବାଦ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories