Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ଲାଇନ୍ ରେ ବିଛାଯାଉଛି ତାର…. ବିଦ୍ୟୁତ ବ୍ୟାଘାତ…

ଲକ୍ଷ୍ମୀପୁର, ୨୭/୬ .. ବାରହା ଶିକାର ପାଇଁ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ ତାର। ଯାହାଫଳରେ ଅଞ୍ଚଳରେ ବିଦ୍ୟୁତ ସରବରାହରେ ବ୍ଯାଘାତ ସୃଷ୍ଟି ହେଉଛି ।ବିଦ୍ୟୁତ୍ ବାରମ୍ବାର ସର୍ଟ ହେବା କାରଣରୁ ବିଦ୍ୟୁତ କର୍ମଚାରୀ ଲକ୍ଷ୍ମୀପୁର ବ୍ଲକର ପାଣ୍ଡକାପଦର ଜଙ୍ଗଲରେ ଖୋଜିବା ପରେ ୧୧କେଭି ଲାଇନ୍ ରେ ତାର ସଂଯୋଗ କରି ବାରହା ଶିକାର କରିବା ପାଇଁ ତାର ଲଗାଯାଇଥିବା ଜାଣିବାକୁ ପାଇଥିଲେ।ଲକ୍ଷ୍ମୀପୁର ଠାରୁ ରାଫକଣା ପର୍ଯ୍ୟନ୍ତ ଯାଇଛି ୧୧ କେଭି ବିଦ୍ୟୁତ ଲାଇନ୍। ଏହି ଅଞ୍ଚଳରେ ବନ୍ଯ ପ୍ରାଣୀ ମାନଙ୍କୁ ବିଦ୍ୟୁତ ତାର ବିଛା ଯାଇ ଦୁର୍ବୁତ୍ତ ମାନେ ପଶୁ ପକ୍ଷୀ ଶିକାର କରୁଛନ୍ତି। ବିଛା ଯାଉଥିବା ତାର ରେ ବାରହା ସହିତ ଜଙ୍ଗଲି ଯନ୍ତୁ ମାନେ ପଡି ଜୀବନ ହାରୁଛନ୍ତି। ଏଥିପାଇଁ ବିଦ୍ୟୁତ କର୍ମଚାରୀ ମାନେ ଉପଭୋକ୍ତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେବେ ବିଦ୍ଯୁତ ବିଭାଗ କର୍ମଚାରୀ ମାନେ ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ମିନାପାଇ ପାଣ୍ଡକାପଦର ମଧ୍ୟରେ ୧୧ ଲାଇନ୍ ରୁ ବିଦ୍ଯୁତ ତାର ଆଣି ଜଙ୍ଗଲରେ ବଛାଯାଇଥିବା ଠାବ କରିବା ସହିତ ତାର ଗୁଡ଼ିକୁ ଜବତ କରିଛନ୍ତି। ରାତ୍ର ସମୟରେ ବିଦ୍ୟୁତ କର୍ମଚାରୀ ମଧ୍ୟ ଠାବ କରିବା ସମୟରେ ଶିକାରୀ ବିଛାଇଥିବା ତାର ରେ ଛନ୍ଦି ନହେବେ ସେକଥା ବି କହିବା ମୁସ୍କିଲ୍ ହୋଇଥିବା ବେଳେ ରାତ୍ର ରେ ନଖୋଜିଲେ ଶିକାରୀ ମାନେ ପାହାନ୍ତିଆ ସମୟରେ ତାର କାଢି ନେଇଯାଉଥିବା ଜଣାପଡିଛି।ତେବେ ଯେଉଁ ଦୁର୍ବୁତ୍ତ ମାନେ ଏହିଭଳି କାଣ୍ଡ କରୁଛନ୍ତି ସେମାନେ ଧରା ପଡିନାହାନ୍ତି।କେବଳ କୁଟିଙ୍ଗା ଗ୍ରାମପଞ୍ଚାୟତର ପାଣ୍ଡକାପଦର ନୁହଁ ବରଂ ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଏପରି ବିଦ୍ୟୁତ ସର୍ଟ ସର୍କୀଟ୍ କରାଯାଇ ବନ୍ୟଜନ୍ତୁ ଶିକାର କରାଯାଉଛି,ବିଭାଗର କର୍ମଚାରୀ ଙ୍କ ସହ ବନବିଭାଗ ପୋଲିସ ମିଳିତ ରାତ୍ରକାଳିନ ଚଢାଉ କଲେ ଶିକାରୀ ଧରାପଡିଥାନ୍ତେ ବୋଲି ମତପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ