Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସାମ୍ବାଦିକଙ୍କ ଦାବି ପତ୍ର ପ୍ରଦାନ

ସମ୍ବଲପୁର:ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମସ୍ୟାର ସମାଧାନ ଏବଂ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ଆଜି ଓଡିଶାର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ଯ ସାମ୍ବାଦିକ ସଂଘ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି l ସମ୍ବଲପୁର ରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ରାଧେଶ୍ୟାମ ପଣ୍ଡା,ଗଗନ ଶର୍ମା,ହରି ଶଙ୍କର ମିଶ୍ର. ଗଜେନ୍ଦ୍ର ଭୋଇ. ରାଜା ପାଲ. ବସନ୍ତ ସ୍ଵାଇଁ. ଦାମୋଦର ପାଣ୍ଡେ. ଟିକେଶ୍ୱର ପ୍ରଧାନ. ରୋହିତାଶ୍ଵ ସାହୁ. ଦୀପକ ପଟେଲ. ସୁର୍ଯ୍ଯ ପାଣିଗ୍ରାହୀ. ଲିପନ ନାୟକ. ଅଦିତ୍ ପଟେଲ. ସୁନିତା ନାହକ. ପଞ୍ଚାନନକୁମାର ସମେତ ବହୁ ସଂଖ୍ଯାରେ ଜିଲ୍ଲା ର ସାମ୍ବାଦିକ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ l ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories