ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ବିଦ୍ୟାର୍ଥୀ ଙ୍କ ଦ୍ବିତୀୟ ଦିନରେ ବିଶ୍ବବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ବିକ୍ଷୋଭ


ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ବିଦ୍ୟାର୍ଥୀ ମାନେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ନେଇ ଆଜି ପୁଣି ଥରେ ଦ୍ବିତୀୟ ପ୍ରଦର୍ଶନ କରିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଜୁଲାଇ ୪ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବା ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି l ତୃତୀୟ ସେମିଷ୍ଟାର ପରୀକ୍ଷା ଏପ୍ରେଲ ମାସରେ ସରିଥିବା ବେଳେ ମେ ମାସରୁ ଏକ ମାସ ଗ୍ରୀଷ୍ମ ଛୁଟି ରହିଥିଲା l ସେହି ସମୟ ମଧ୍ୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷାର ସିଲାବସ ପ୍ରକାରେ ପାଠ୍ୟକ୍ରମ ସରିନଥିବା ଓ ଅନ ଲାଇନ ମାଧ୍ୟମରେ ପାଠପଢ଼ା ହୋଇ ନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ l ଯଦି ପରୀକ୍ଷା କରାଯାଏ ତେବେ ପରୀକ୍ଷାରେ ଭଲ କରିପାରିବେ ନହିଁ ବୋଲି ବିଦ୍ୟାର୍ଥୀ ମାନେ ଅଭିଯୋଗ କରିଛନ୍ତି l ତେଣୁ ଏହି ପରୀକ୍ଷାକୂ ସିଲାବସର ପାଠ୍ୟକ୍ରମ ଅନୁସାରେ ସାରିବା ପରେ ପରୀକ୍ଷା କରିବା ପାଇଁ ଆଜି ଅନେକ କଲେଜ ର ବିଦ୍ୟାର୍ଥୀ ମାନେ ମାନେ ବିଶ୍ଵବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଙ୍କ ସହ ସାକ୍ଷାତ
କରିବା ପରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ ପାଳନ କରି ଠିକ ସମୟରେ ପରୀକ୍ଷା କରାଯିବ ବୋଲି କହିଛନ୍ତି l ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡୁ ବିକ୍ଷୋଭ ସ୍ଥଳରେ ପହଁଚି ବିଦ୍ୟାର୍ଥୀ ଙ୍କ ସହ ଆଲୋଚନା କରିଥିଲେ । କଲେଜ ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏ ନେଇ ଡ଼. କୁଣ୍ଡୁଙ୍କ ସହ ଯୋଗାଯୋଗ ବେଳେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ମଧ୍ୟରେ ପାଠ୍ୟକ୍ରମ ସାରିବା ପାଇଁ କୁହାଯାଇଥିଲା l ତାହାସହ କଲେଜ ଅଧକ୍ଷଙ୍କୁ ସିଲାବସ ଅନୁସାରେ ପାଠ୍ୟକ୍ରମ ସରିଛି କି ନାହିଁ ଜଣାଇବାକୁ କୁହାଯାଇଥିଲା l କିନ୍ତୁ ଅଧକ୍ଷ ମାନେ କୌଣସି ପ୍ରକାର ସୂଚନା ଦେଇନଥିଲେ l ଯାହାଫଳରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା l ଅଧକ୍ଷ ମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ lବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ବିଦ୍ୟାର୍ଥୀ ମାନେ ବିକ୍ଷୋଭ ରୁ ଓହରି ଥିଲେ । ଆଜି ବିକ୍ଷୋଭ ପଦର୍ଶନ ବେଳେ ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ମହାମୟୀ ମହାବିଦ୍ୟାଳୟ, ଗୋପାଳପୁର କଲେଜ, ଛତ୍ରପୁର କଲେଜ, ଗଞ୍ଜାମ କଲେଜ,ତରା ତାରିଣୀ କଲେଜରୁ ବହୁ ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ l ପରୀକ୍ଷା ନ ଘୁଞ୍ଚିଲେ ଆଗାମୀ ଦିନରେ ବିକ୍ଷୋଭ ଯୋର ଧରିବ ବୋଲି କହିଛନ୍ତି l

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।