Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୁଲାଇ ୨୪: ୩ ରାଜ୍ୟରେ ୧୦ ଆସନ ପାଇଁ ରାଜ୍ୟସଭା ନିର୍ବାଚନ

ସମ୍ବଲପୁର :ଆସନ୍ତା ଜୁଲାଇ ୨୪ ତାରିଖରେ ୩ ରାଜ୍ୟର ରାଜ୍ୟସଭା ନିର୍ବାଚନ ହେବ। ଆଜି ଏ ସଂକ୍ରାନ୍ତରେ ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତିି।ମିଳିଥିବା ସୂଚନା ମତେ ଗୁଜରାଟ, ପଶ୍ଚିମବଙ୍ଗ ଓ ଗୋଆର ୧୦ ରାଜ୍ୟସଭା ଆସନରେ ନିର୍ବାଚନ ହେବ। ୧୦ଟି ରାଜ୍ୟସଭା ଆସନରେ ରାଜ୍ୟସଭା ସଦସ୍ୟମାନଙ୍କର ଆସନ୍ତା ଜୁଲାଇରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ଶେଷ ହେଉଛି।
ଫଳରେ ଏହି ଆସନ ଗୁଡ଼ିକ ଖାଲି ରହିବ। ତେଣୁ ତା’ ପୂର୍ବରୁ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ବିଜ୍ଞପ୍ଜାରି କରିଛନ୍ତି।ଜୁଲାଇରୁ ଅଗଷ୍ଟ ମଧ୍ୟରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବା ସଦସ୍ୟମାନେ ହେଉଛନ୍ତି ବିନୟ ତେନ୍ଦୁଲକର (ଗୋଆ), ଡେରେକ ଓବ୍ରାଏନ (ପଶ୍ଚିମବଙ୍ଗ), ଡୋଲା ସେନ (ପଶ୍ଚିମବଙ୍ଗ), ପ୍ରଦୀପ ଭଟ୍ଟାଚାର୍ଯ୍ୟ (ପଶ୍ଚିମବଙ୍ଗ), ସୁସ୍ମିତା ଦେବ (ପଶ୍ଚିମବଙ୍ଗ), ଶାନ୍ତା ଛେତ୍ରି (ପଶ୍ଚିମବଙ୍ଗ),ଦିନେଶ ଚନ୍ଦ୍ର ଜେମଲଭାଇ (ଗୁଜରାଟ), ଜୁଗଳସିଂହ ମ‌ାଥୁର (ଗୁଜରାଟ), ଏସ୍‌ ଜୟଶଙ୍କର (ଗୁଜରାଟ), ସୁଖେନ୍ଦୁ ଶେଖର ରାୟ (ପଶ୍ଚିମବଙ୍ଗ)।ଏହି ସବୁ ରାଜ୍ୟସଭା ନିର୍ବାଚନ ପାଇଁ ଜୁଲାଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ଜୁଲାଇ ୧୩ ତାରିଖ।ଜୁଲାଇ ୧୪ରେ ପ୍ରାର୍ଥିପତ୍ର ଯାଞ୍ଚ ହୋଇ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଜୁଲାଇ ୧୭ । ଫଳରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏଥିପାଇଁ ଆଜିଠୁ କସରତ ଆରମ୍ଭ ହୋଇଯାଇଛି।