ଅନନ୍ତ ବାସୁଦେବ ଙ୍କ ଜନ୍ମ ଉତ୍ସବ ଓ ବାହୁଡା଼ ଯାତ୍ରା ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଅନା ଗ୍ରାମପଞ୍ଚାୟତ ଅଧିନ କଣମଣ ଗ୍ରାମରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥିବା,ଅନନ୍ତ ବାସୁଦେବ ଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ, ମହା ସମାରୋହରେ ପବିତ୍ର ଗୁଣ୍ଡିଚା ତିଥିରେ ଗ୍ରାମର ନାୟକ ପରିବାର ତରଫରୁ ପାଳିତ ହୋଇ ଯାଇ ଅଛି । ବୁଧବାର ସକାଳୁ ସକାଳୁ ଠାକୁରଙ୍କୁ ପବିତ୍ର ଜଳରେ, ଶୁଦ୍ଧ ପୁତ କରାଯାଇ ,ବିଭିନ୍ନ ବେଶରେ ଭୂଷଣ ପୂଜକ ଙ୍କ ଦ୍ଵାରା କରାଯିବା ପରେ,ପୂଜା ଅର୍ଚ୍ଚନା ଓ ହୋମ ଯଜ୍ଞ ପଣ୍ଡିତ ଧଉ କରଙ୍କ ତତୋବଧାନ ରେ କେତେକ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ବାରା କରାଯାଇ ଥିଲା । ଠାକୁରଙ୍କୁ ଦର୍ଶନ କରିବା ଓ, ପୂଜା ଅର୍ଚ୍ଚନା କରିବା ଲାଗି ବହୁ ଭକ୍ତ ଙ୍କ ସମାଗମ ହେବା ସହ,ବିଷ୍ଣୁ ଚରଣ ନାୟକ ଓ ପ୍ରତିମା ନାୟକ କର୍ତ୍ତା , କର୍ତ୍ତି ଭାବେ ରହି ଠାକୁର ଙ୍କର ନୀତି କାନ୍ତି ସମାପନ କର୍ଥିଲେ । ଏହିସବୁ କାର୍ଯ୍ୟରେ ସହଯୋଗ କରିଥିଲେ, ଶିରିସ କୁମାର ନାୟକ,ଦୁଃଶାସନ ନାୟକ,ପ୍ରତାପ କୁମାର ନାୟକ,ପ୍ରମୋଦ କୁମାର ନାୟକ,ଶିବ ପ୍ରସାଦ ନାୟକ ,ଉଲ୍ଲାସ ନାୟକ ପ୍ରମୁଖ । ତିନିଶହ ଭକ୍ତ ଙ୍କ ପାଇଁ ମାଗଣା ଭୋଜନ ବ୍ୟବସ୍ଥା କରା ଯାଇ ଥିଲା ।
ଅପର ପକ୍ଷରେ,ଏହି ବ୍ଲକ୍ ଅଧିନ ବନ୍ତିଲୋ ଠାରେ ହୋଇଥିବା ରଥ ଯାତ୍ରା,ବୁଧବାର ଦିନ ବାହୁଡ଼ା ତିଥି ଥିବାରୁ,ହଜାର ହଜାର ଭକ୍ତ ଙ୍କ ଆନନ୍ଦ ଉଲାସ ଭିତରେ ଶେଷ ହୋଇ ଅଛି ।