Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ନାହାନ୍ତି ଶର୍ମିଷ୍ଟା ମିଶ୍ର

ସମ୍ବଲପୁର: ଜୀବନକୁ ଭଳ ପାଉଥିବା ଓ ପ୍ରତି ଜୀବନକୁ ଦର୍ଶନ ଦେଉଥିବା ହୃଦୟର ହୃଦୟତା ଛଡାଇ ଫେରିଗଲେ ଆରପାରିକୁ। ଜଣେ ସାଧାରଣ ମଣିଷ ହେହେବି ତାଙ୍କର ଅସାଧାରଣ ଜୀବନ ପତିଭା ତାଙ୍କୁ ଶତାୟୁ ଆୟୁଷର ୧ ବର୍ଷ ଠାରୁ ଛଡେଇ ନେଇଛି। ସେ ହେଉଛନ୍ତି ସ୍ଥାନୀୟ ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ ନିବାସୀ ଅବସର ପ୍ରାପ୍ତ ପୋଲିସ ବିଭାଗ ମୁଖ୍ୟ ବରିଷ୍ଠ କିରାଣୀ ସ୍ୱର୍ଗତ ଅମ୍ବିକା ପ୍ରସାଦ ମିଶ୍ରଙ୍କ ଧର୍ମପତ୍ନୀ ଶର୍ମିଷ୍ଠା ମିଶ୍ର। ମଙ୍ଗଳବାର ତାଙ୍କ ପରଲୋକ ହୋଇଛିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହେଉଥିଲା I ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ I ତାଙ୍କର ୫ ପୁଅ ଓ ୫ ଝିଅ I ପୁଅ ମାନେ ହେଲେ ସ୍ୱର୍ଗତ ଇଶ୍ୱର ପ୍ରସାଦ ମିଶ୍ର, ଡାକ୍ତର ରାମେଶ୍ୱର ପ୍ରସାଦ ମିଶ୍ର, ମହେଶ୍ୱର ପ୍ରସାଦ ମିଶ୍ର, ରାଧାକାନ୍ତ ମିଶ୍ର ଓ ପ୍ରଶାନ୍ତ ମିଶ୍ର I ଝିଅ ମାନେ ହେଲେ ଅଶାରାଣୀ ନନ୍ଦ, ପୁଷ୍ପାରାଣୀ ମିଶ୍ର, ରାଧାରାଣୀ ମିଶ୍ର , ପଦ୍ମାସିନୀ ମିଶ୍ର ଓ ତପସ୍ପିନି ମିଶ୍ର I ଶେଷ ସମୟରେ ପୁଅ, ବୋହୂ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ I ତାଙ୍କ ପରଲୋକରେ ଆତ୍ମୀୟ ସ୍ୱଜନ, ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି I ଆଜି ବୁଧବାର ସ୍ଥାନୀୟ ରାଜଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନ ପୁଅ ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ