Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦନମୋହନ ପୁରରେ ନବବିବାହିତା ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଅଭିଯୋଗ; ୪୮ଘଣ୍ଟା ପରେ ଥାନାରେ ମାମଲା ରୁଜୁ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ମଦନମୋହନପୁର ମାଟିଆ ସାହିରେ ଜଣେ ନବବିବାହିତ ମହିଳା ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ମୃତ ମହିଳା ଜଣଙ୍କ ହେଲେ କେ. ଭୁବନେଶ୍ଵରୀ ବୋଲି ଜଣାପଡିଛି l ସୂଚନା ଅନୁଯାଇ, ମଦନ ମୋହନପୁର ଗ୍ରାମର ଜି.ଜଗନ୍ନାଥ ରାଓ ଗୁଣ୍ଟରୁ ଜିଲ୍ଲା ଅପ୍ପରପାଲ୍ଲମ୍ ଗ୍ରାମରେ ୭ମାସ ତଳେ ଭୁବନେଶ୍ୱରୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଉଭୟ ଦମ୍ପତି ହସଖୁସିରେ ରହି ଆସୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ମତ ପ୍ରକାଶ ପାଇଛି। ।ସୋମବାର ମଧ୍ୟରାତ୍ର ବେଳେ କୌଣସି ବ୍ୟକ୍ତିଗତ ସମସ୍ୟାକୁ ନେଇ ମାନସିକ ଭାରସାମ୍ୟ ହରାଇ ଭୁବନେଶ୍ୱରୀ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିବା ସହ କାଳେ ଭୁବନେଶ୍ଵରୀ ବଞ୍ଚି ଥିବା ଭାବି ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାପରେ ଜଗନ୍ନାଥ ଙ୍କ ପରିବାର ପକ୍ଷରୁ ଭୁବନେଶ୍ୱରୀ ଙ୍କ ପରିବାର ଖବର ଦିଆଯାଇଥିଲେ ମଧ୍ୟ ଘଟଣା ନେଇ ପୁଲିସ କୁ ଖବର ଦିଆଯାଇନଥିଲା। ମଙ୍ଗଳବାର ରାତିରେ ଭୁବନେଶ୍ୱରୀ ଙ୍କ ପରିବାର ବର୍ଗ ଗାଁ ରେ ପହଞ୍ଚିବା ପରେ ଝିଅ ର ଶବକୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ।ଖବର ପାଇ ଗୋଳନ୍ଥରା ପୁଲିସ ରାତି ୧୨ ଟା ରେ ବ୍ରହ୍ମପୁର ବଡ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିବା ସହ ଆଜି ବ୍ୟବଛେଦ ପାଇଁ ସ୍ଥିର କରିଥିଲେ ମଧ୍ୟ ଘଟଣା ନେଇ ପରିବାର ବର୍ଗ ଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୧୬/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଗୁରୁବାର ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ବୋଲି ଜଣାପଡିଛି। ଅନ୍ୟ ପଟେ ଘଟଣା ରେ ଦୁଇଦିନ ପର୍ଯ୍ୟନ୍ତ ପୁଲିସ କୁ ଖବର ନଦେବା ଘଟଣା ଭୁବନେଶ୍ୱରୀ ର ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆସନ୍ତା କାଲି ବ୍ୟେବଛେଦ ହେବ। ବ୍ୟେବଛେଦ ରିପୋର୍ଟ ଆସିଲେ ଠିକ୍ ତଥ୍ୟ ଜଣା ପଡ଼ିବ ବୋଲି ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମହତ୍ୟା ଘଟଣା ନେଇ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇ ଯାଇଥିବା ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories