ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଗହଳି ମଧ୍ୟରେ ବାହୁଡା଼ ଯାତ୍ରା ପାଳିତ ହୋଇଛି l ମୋନାର୍କ ଛକରେ ଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ମଣ୍ଡପକୁ ଆଜି ଲିପା ପୋଛା କରି ନୀତିକାନ୍ତି ଭାବେ ପୂଜାର୍ଚ୍ଚନା କରାଯାଇଥିଲା l ଅପରାହ୍ନରେ ବିନୋଦ ଚନ୍ଦ୍ର ରଥ ଛେରା ପହରା କରିବା ପରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା l ପରେ ଭକ୍ତ ମାନେ ରଥ ଟାଣି ଥିଲେ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଉସୀ ମା କଳ୍ପନା ମିଶ୍ରଙ୍କ ଓ ଭକ୍ତ ମୋହନ ମିଶ୍ରଙ୍କ ହାତ ତିଆରି ପୋଡ଼ପିଠା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ l ପୁରୋହିତ ଭାବେ ରାଧାକୃଷ୍ଣ ସାତପଥୀ, ଭେକଟେଶ୍ୱର ଭୁକ୍ତା ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇଥିଲେ l