Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରଳ ପରମ୍ପରା:ସାକ୍ଷୀ ଗୋପିନାଥଙ୍କ ବାହୁଡା ଯାତ୍ରା

ସମ୍ବଲପୁର : ସମ୍ବଲପୁରରେ ରହିଛି ଏକ ବିରଳ ପରମ୍ପରା । ଆବାହମାନ କାଳରୁ ରହିଥିବା ଏହି ଅନନ୍ୟ ପରମ୍ପରା ଦେଖିବାକୁ ମିଳିଥାଏ ସମ୍ବଲପୁର ସର୍ବପୁରାତନ ଶୀତଳ ଷଷ୍ଠୀ ଯାତ୍ରା ,ନନ୍ଦପଡ଼ାର ବଂ ବରାଡ ବାଲୁଙ୍କେଶ୍ୱର ବାବା ଓ ଜଗତ ଜନନୀ ମା ପାର୍ବତୀଙ୍କ ବିବାହ ଉତ୍ସବକୁ ନେଇ। ଏହି ବିବାହ ଉତ୍ସବର ସାକ୍ଷୀ ଦେବା ପାଇଁ ସାକ୍ଷୀପଡ଼ା ରୁ ଆସିଥିବା ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ବାହୁଡା଼ ଯାତ୍ରା ନାମରେ ଏହା ଆୟୋଜିତ ହୋଇଥାଏ ।ସେହିକ୍ରମରେ ଆଜି ୪ଟାରେ ନନ୍ଦପଡା ଠାରେ ସାକ୍ଷୀ ଗୋପୀନାଥଙ୍କ ବାହୁଡା ଯାତ୍ରା ସଂପର୍ଣ୍ଣ ହୋଇଛି । ଉତ୍ସବରେ ଭକ୍ତ ଓ ଦର୍ଶକଙ୍କ ଭିଡ ରହିଥିଲା ।ନନ୍ଦପଡାର ସର୍ବପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ଏହାର ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ