Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରପାଲି ବନ୍ଧ କାମରେ ଆରମ୍ଭରୁ ସୂଚନାଫଳକ ନଦିଆଯିବା ପଛରେ ରହସ୍ୟ କଣ ,ଲକ୍ଷ୍ୟାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ, ତଦନ୍ତ ଦାବି

ଚିପିଲିମା,୨୯/୦୬ ସରକାରୀ ଅର୍ଥରେ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ କୌଣସି ଉନ୍ନୟନ କାର୍ଯ୍ୟ କରାଗଲେ କାମ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇବାର ନିୟମ ରହିଛି।ହେଲେ କେତେକ ଦୁର୍ନୀତି ଗ୍ରସ୍ତ ଅଧିକାରୀ ,ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।ପ୍ରତ୍ୟେକ ଜନାହିତକର ଉନ୍ନୟନ କାର୍ଯ୍ୟରେ ସୂଚନା ଫଳକ ଲଗାନଯିବା ପଛରେ ରହସ୍ୟ କଣ ବୋଲି ବୁଦ୍ଧିଯିବି ମହଲରେ ପ୍ରଶ୍ନବାଚି ହୋଇଛି।ଏପରି ଜ୍ୱଳନ୍ତ ଉଦାହରଣ ପାଲଟିଛି ସମ୍ବଲପୁର ଧନକଉଡା ବ୍ଲକ କାର୍ଡୋଳା ପଞ୍ଚାୟତ ଚାରପାଲି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନାକତଳେ।ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଚାଲିଛି ଏକ ବନ୍ଧର ପଙ୍କ ଉଦ୍ଧାର କାମ।ଏହି କାମଟି ସ୍ଥାନୀୟ ବିଧାୟକ ଙ୍କ ଅନୁମୋଦନ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ୫ଲକ୍ଷ ଟଙ୍କାର ବୋଲି ଆଲୋଚନା ହେଉଛି।କାମଟି ବିନା ସୂଚନା ଫଳକରେ ଚାଲିଥିବାବେଳେ, କାମ ସମ୍ପୂର୍ଣ ହୋଇ ବିଲ ମଧ୍ୟ ପାସ ହୋଇଥିବା ସଚେତନ ମହଲରେ ଚର୍ଚ୍ଚା ହେଉଛି।ଏହି କାମରେ ଲକ୍ଷ୍ୟାଧିକ ଟଙ୍କାର ଦୁର୍ନୀତି ହୋଇଥିବା ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି।ଏନେଇ କିଛିଦିନ ତଳେ ଓଡିଶା ଡ଼ଟ ନିଉଜ ରେ ଖବର ପ୍ରସାରଣ ହୋଇଥିଲା।ତଥାପି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଯନ୍ତ୍ରୀ ଙ୍କ ପାଇଁ କିଛି ଫରକ ନାହିଁ।ଫଳରେ ଏପରି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ପଛରେ ଜନପ୍ରତିନିଧି, ସଚିବସ୍ତରୀୟ, ଅଧିକାରୀମାନଙ୍କ ସ୍ଵଛ ହାତ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି।ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ପଦାକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି।ନ ହେଲେ ବାଧ୍ୟ ହୋଇ କେତେକ ସଚେତନ ନାଗରିକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହେବେ ବୋଲି ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି।ଏନେଇ ଜିଲାପାଳ ମହୋଦୟା ଦୃଷ୍ଟି ଦେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ