Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁହାରଡରେ ଆକ୍ରମଣ କରିବା ଅଭିଯୋଗରେ ଦୁଇ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଛକ ଠାରେ ଗତକାଲି ପୂର୍ବ ନିର୍ବାଚନୀ ହିଂସାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଉଲୁଣ୍ଡା ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ତ୍ରିନାଥ ଭୋଇ ଏବଂ ସୁଦାମ ବାଘ l ପ୍ରକାଶ ଯେ ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିପାହୁଲ୍ ଗ୍ରାମର ଶୁକଦେବ ଜଗଦଲା ରେଢ଼ାଖୋଲରୁ ସାଙ୍ଗ ମାନଙ୍କ ସହିତ ବାହୁଡ଼ା ଯାତ୍ରା ଦେଖି ଫେରୁଥିବା ସମୟରେ ବ୍ରାହ୍ମଣୀପାଲି ଛକ ଠାରେ ସୁଲିଆ ଗ୍ରାମର ତିନି ଜଣ ଏବଂ ବ୍ରାହ୍ମଣୀ ପାଲି ଗାଁ ର ଦୁଇଜଣ ଶୁକଦେବଙ୍କୁ ଅଟକାଇ ପୂର୍ବ ନିର୍ବାଚନୀ ହିଂସାକୁ ନେଇ ଜାତିଆଣ ଆକ୍ଷେପ କରି ଲୁହା ରଡ ରେ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିବା ସହ ଲହୁ ଲୁହାଣ କରିଦେଇଥିଲେ l ଫଳରେ ସେ ଗୁରୁତର ଅବସ୍ଥାରେ ଏବେ ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି l ଏନେଇ ତାଙ୍କ ବାପା ଉଲୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା I ପରେ ଉକ୍ତ ଘଟଣାରେ ସଂପୃକ୍ତ ତ୍ରିନାଥ ଏବଂ ସୁଦାମକୁ ଗୁରୁବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ବେଲ ନାମାଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି l