Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହଙ୍ଗା ହେଉଛି ପରିବା ଦର; ଜାଣନ୍ତୁ କେତେ ବଢିଛି ପରିବା ଦାମ୍‌

ଭୁବନେଶ୍ବର: ମହଙ୍ଗା ହେଉଛି ପରିବା ଦର। ଏଇ କିଛିଦିନ ଭିତରେ ସବୁଜ ପନିପରିବା ଦାମ୍‌ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି। ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପରିବା ଏବେ ୧୦୦ ଛୁଇଁଲାଣି। ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ।

ମଧ୍ୟବିତ୍ତ ବର୍ଗର ଲୋକଙ୍କ ଲାଗି ଏହା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପରିବାର ଦାମ୍‌ କିଛି ଏପରି ରହିଛି, ବାଇଗଣ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କାଙ୍କଡ଼, କଲରା, ଭେଣ୍ଡି, ଝୁଡ଼ଙ୍ଗର ମୂଲ୍ୟ ବି ୮୦ ଛୁଇଁଲାଣି। ବିନ୍ସ କିଲୋ ୨୫୦ ଟଙ୍କା ଥିବାବେଳେ ୧୦୦ ଟପିଲାଣି ଟମାଟୋ ମୂଲ୍ୟ।

ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରୁନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।