Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମା ବ୍ୟାରେଜର ସବୁ ଗେଟ୍‌ ଖୋଲିଦେଲା ଛତିଶଗଡ; ବଢୁଛି ହୀରାକୁଦ

ସମ୍ବଲପୁର: କଲମା ବ୍ୟାରେଜର ସବୁ ଗେଟ୍‌ ଖୋଲିଦେଲା ଛତିଶଗଡ। ଯାହା ଫଳରେ ବଢୁଛି ହୀରାକୁରର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଛତିଶଗଡ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଦେଇଥିବା ଜଣାପଡିଛି। ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରିଛି। ବର୍ତ୍ତମାନ ସୁଦ୍ଧା ମହାନଦୀକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ ।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୦୩.୬୭ ଫୁଟ ରହିଛି । ଅନ୍ୟପଟେ ଏବେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୭୯, ୨୬୨ କ୍ୟୁସେକ ଜଳ। ନିଷ୍କାସିତ ହେଉଛି ୨୯, ୬୭୨ କ୍ୟୁସେକ ଜଳ । ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ତେବେ ଯଦି ଏଭଳି ବର୍ଷା ଲାଗି ରହେ ଖୁବ ଶୀଘ୍ର ପ୍ରଥମ ବନ୍ୟା ଜଳ ଛାଡିବ ହୀରାକୁଦ।