Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ତଫା ଦେଇ ପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ, ରାଜ୍ୟପାଳଙ୍କୁ ଭେଟିବାକୁ ମାଗିଲେ ସମୟ

ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଆଜି ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି। ମେ ୩ରୁ ଜାତିଆଣ ହିଂସାରେ ଜଳୁଥିବା ମଣିପୁରରେ ସ୍ଥିତି ସୁଧୁରିବା ଜାଗାରେ ବିଗିଡ଼ିବାରେ ଲାଗିଛି। ସମସ୍ତ ପ୍ରକାରର ଚେଷ୍ଟା ସତ୍ତ୍ଵେ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ବିଜେପି ଉପରେ ଚାପ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ବିରେନ ସିଂ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳଙ୍କୁ ଭେଟିବା ସମୟରେ ସେ ଇସ୍ତଫା ପତ୍ର ଦେଇ ପାରନ୍ତି ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଗତ ରବିବାର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ ଏବଂ ମଣିପୁର ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ସାକ୍ଷାତ ପରେ ସେ କହିଥିଲେ ଯେ, ମଣିପୁରରେ ସ୍ଥିତି ସୁଧୁରିବାରେ ଲାଗିଛି ଏବଂ କେନ୍ଦ୍ର ସରକାରଙ୍କ ସହାୟତାରେ ସ୍ଥିତି ନିୟନ୍ତ୍ରଣରେ ରହିଛି।

ଏନ ବିରେନ ସିଂ ମଧ୍ୟ ମେତେଇ ସମୁଦାୟରୁ ଆସିଛନ୍ତି। ତାଙ୍କ ଉପରେ କୁକି ସମୁଦାୟ ସହ ଭେଦଭାବ କରୁଥିବା ଅଭିଯୋଗ ହୋଇଛି। ମେ ୩ରୁ ମଣିପୁରରେ ଜାରି ହିଂସାରେ ଅଦ୍ୟାବଧି ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ରାଜଧାନୀ ଇମ୍ଫାଲ ସମେତ ଅନେକ ଜିଲ୍ଲାରେ ହିଂସାର ତାଣ୍ଡବ ଦେଖିବାକୁ ମିଳିଛି। ସ୍ଥିତି ନିୟନ୍ତ୍ରଣାଧିନ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଟାର୍ଗେଟରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ