Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Anant Singh Daughter Wedding:କୋଟି କୋଟି ଟଙ୍କାର ଉପହାରରୁ ଭବ୍ୟ ଆୟୋଜନ! ଚର୍ଚ୍ଚାରେ ଅନନ୍ତ ସିଂହଙ୍କ ଝିଅ ବାହାଘର

ବିହାର: ବିହାରର ମୋକାମା ବିଧାୟକ ଅନନ୍ତ ସିଂହଙ୍କ ଝିଅଙ୍କ ବାହାଘର ଏବେ ଚର୍ଚ୍ଚାରେ ରହିଛି। ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ହୋଇଛି ବ୍ୟାପକ ଆୟୋଜନ। ବରଙ୍କ ପାଇଁ ପ୍ରାୟ ୩ କୋଟି ଟଙ୍କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଏବଂ ସାନ ପୁଅଙ୍କ ପାଇଁ ପ୍ରାୟ ୧ କୋଟି ଟଙ୍କାର BMW କାର୍‌ ଉପହାର ରଖାଯାଇଥିବା ଖବର ସାମ୍ନାକୁ ଆସିଛି । ୧୦ ବିଘାରୁ ଅଧିକ ଜମିରେ ବିବାହ ମଣ୍ଡପ ପ୍ରସ୍ତୁତ ହୋଇଥିବା ବେଳେ ଭୋଜିରେ ୧୫୦ରୁ ଅଧିକ ପ୍ରକାରର ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଛି।

ବିବାହ ଉତ୍ସବରେ ଘୋଡ଼ା ଦୌଡ଼ର ମଧ୍ୟ ଆୟୋଜନ ହୋଇଛି। ଏହି ପ୍ରତିଯୋଗିତାର ବିଜେତାଙ୍କୁ ଏକ SUV କାର୍‌ ପୁରସ୍କାର ଭାବେ ଦିଆଯିବ ବୋଲି ଜଣାପଡ଼ିଛି। ଏହା ସହିତ ବଲିଉଡ୍‌ ଓ ଭୋଜପୁରୀ ଜଗତର କଳାକାରଙ୍କ ସମେତ ଦୁବାଇରୁ ୬ ଜଣ ମଡେଲ୍‌ଙ୍କୁ ମଧ୍ୟ ଉତ୍ସବରେ ସାମିଲ କରିବାର ଯୋଜନା ରହିଛି। ଏହି ଆୟୋଜନ ପାଇଁ ବିହାରର ଲଦମା ଗାଁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ଏହି ବିବାହ ଉତ୍ସବକୁ ଦେଶର ବହୁ ବଡ଼ ରାଜନୈତିକ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ମଧ୍ୟ ସୂଚନା ମିଳିଛି। ଦାମୀ ଗାଡ଼ି, ବିଶାଳ ଆୟୋଜନ, ଭବ୍ୟ ଭୋଜି ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମକୁ ନେଇ ଅନନ୍ତ ସିଂହଙ୍କ ଝିଅଙ୍କ ବାହାଘର ଏବେ ଚର୍ଚ୍ଚାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories