Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହିନ୍ଦୁଠୁ ନେଇ ମୁସଲମାନ ପର୍ଯ୍ୟନ୍ତ ବଦଳିବ ନିୟମ, କେଉଁ ଧର୍ମ ଉପରେ କଣ ପ୍ରଭାବ ପକାଇବ ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ: ୟୁସିସି ବା ସମାନ ନାଗରିକ ସଂହିତା। ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଅବତାରଣ କରି ଦେଶରେ ବଡ଼ ବିତର୍କ ସୃଷ୍ଟି କରିଛନ୍ତି। ରାଜନୈତିକ ସହ ଆଇନ କ୍ଷେତ୍ରରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ଭାରତୀୟ ସମ୍ବିଧାନର ଧାରା ୪୪ରେ ସମାନ ନାଗରିକ ସଂହିତା ବିଷୟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଭାରତରେ ଅଲଗା ଅଲଗା ଧର୍ମର ନାଗରିକ ନିଜ ଧର୍ମର ଆଇନର ପାଳନ କରୁଛନ୍ତି। ଯଦି ଦେଶରେ ୟୁସିସି ଲାଗୁ ହୁଏ ତେବେ ସଭିଙ୍କ ଉପରେ ଗୋଟିଏ ଆଇନ ଲାଗୁ ହେବ।

କେଉଁ ଧର୍ମ ଉପରେ କଣ ପ୍ରଭାବ ପଡ଼ିବ
ଯଦି ୟୁସିସି ଦେଶରେ ଲାଗୁ ହୁଏ ତେବେ, ହିନ୍ଦୁ ମ୍ୟାରେଜ ଆକ୍ଟ, ୧୯୫୫ ଏବଂ ହିନ୍ଦୁ ସକ୍ସେସନ ଆକ୍ଟ ୧୯୫୬ରେ ସଂଶୋଧନ କରିବା ଜରୁରୀ ହୋଇଯିବ। ଉଦାହରଣ ସ୍ଵରୂପ ହିନ୍ଦୁ ମ୍ୟାରେଜ୍ ଆକ୍ଟର ସେକ୍ସନ ୨୯୨)ରେ କୁହାଯାଇଛି ଯେ, ଏହାର ପ୍ରାବଧାନ ଅନୁସୂଚିତ ଜନଜାତି ଉପରେ ଲାଗୁ ହେବ ନାହିଁ। କିନ୍ତୁ ୟୁସିସି ଲାଗୁ ହେଲେ ଏହା ସବୁ ହଟିଯିବ।

ଇସଲାମ
ଦ ମୁସଲିମ ପର୍ସନାଲ ଲ ବୋର୍ଡ(ସରିୟତ) ଆପ୍ଲିକେସନ ଆକ୍ଟ, ୧୯୩୭ରେ କୁହାଯାଇଛି ଯେ, ବିବାହ ଏବଂ ତଲାକ ସରିୟତ କିମ୍ବା ଇସଲାମିକ ଆଇନରେ ହେବ। ଏମିତିରେ ୟୁସିସି ଆସିଲେ, ସରିୟତ ଆଇନ ଅନୁସାରେ ବିବାହର ସର୍ବନିମ୍ନ ବୟସରେ ପରିବର୍ତ୍ତନ ହେବ। ଏଥିସହ ଏକାଧିକ ପତ୍ନୀ ରଖିବାର ଅଧିକାର ସମାପ୍ତ ହୋଇଯିବ।

ଶିଖ
ଆନନ୍ଦ ମ୍ୟାରେଜ ଆକ୍ଟ, ୧୯୦୯ ଅନୁସାରେ ଶିଖ ସମୁଦାୟରେ ବିବାହ ହୋଇଥାଏ। ଖାସ୍ କଥା ଏଠାରେ ଛାଡ଼ପତ୍ରର କୌଣସି ପ୍ରାବଧାନ ନାହିଁ। ଯଦି ପତି-ପତ୍ନୀ ଅଲଗା ହୁଅନ୍ତି ତେବେ ଏହି ସ୍ଥିତିରେ ହିନ୍ଦୁ ମ୍ୟାରେଜ୍ ଆକ୍ଟର ପାଳନ କରାଯାଏ। ଯଦି ୟୁସିସି ଲାଗୁ ହୁଏ ତେବେ ଆନନ୍ଦ ଆକ୍ଟରେ ସାମିଲ୍ ସମସ୍ତ ସମୁଦାୟ ଏବଂ ବିବାହ ଗୋଟିଏ ଆଇନ ଅନୁସାରେ ହେବ।

ପାରସି
ପାରସି ମ୍ୟାରେଜ୍ ଆଣ୍ଡ ଡିଭର୍ସ, ୧୯୩୬ ଅନୁସାରେ ଉଲ୍ଲେଖ ରହିଛି ଯେ, ଯଦି କୌଣସି ପାରସି ମହିଳା ଅନ୍ୟ ଧର୍ମରେ ବିବାହ କରନ୍ତି ତେବେ ସେ ପାରସି ପରମ୍ପରାର ସମସ୍ତ ଅଧିକାର ହରାଇବେ। ଏଥିସହ ପାରସି ସମୁଦାୟରେ ପୋଷ୍ୟ ସନ୍ତାନ ଗ୍ରହଣ ହୋଇଥିବା ପିଲାଙ୍କ ସମସ୍ତ ମାନ୍ୟତା ପ୍ରତ୍ୟାହାର ହୋଇଯିବ। ପୋଷ୍ୟ ସନ୍ତାନ କେବଳ ପିତାଙ୍କ ଅନ୍ତିମ ସଂସ୍କାର କରି ପାରିବ। ଯଦି ୟୁସିସି ଲାଗୁ ହୁଏ ତେବେ ସମସ୍ତଙ୍କ ଉପରେ ସମାନ ଆଇନ ଲାଗୁ ହେବ।

ଖ୍ରୀଷ୍ଟିୟାନ
ଖ୍ରୀଷ୍ଟିୟାନ ସମୁଦାୟରେ ୟୁସିସିର ପ୍ରଭାବ ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଗ୍ରହଣ କରିବା ଏବଂ ବିରାସତ ପରି ମାମଲା ଉପରେ ପଡ଼ିବ। ଖ୍ରୀଷ୍ଟିୟାନ ଡିଭୋର୍ସ ଆଇନର ସେକ୍ସନ ୧୦(୧) ଆଧାରରେ ଯଦି ଦମ୍ପତ୍ତି ଭିନ୍ନ ହେବାକୁ ଚାହାନ୍ତି ତେବେ ତାଙ୍କୁ ଛାଡ଼ପତ୍ର ପାଇଁ ଦୁଇ ବର୍ଷ ଅଲଗା ରହିବାକୁ ପଡ଼ିବ। ଅନ୍ୟପଟେ ସେକ୍ସନ ୧୯୨୫ରେ ଉଲ୍ଲେଖ ରହିଛି ଯେ, ମାଆକୁ ମୃତ ପିଲାଙ୍କ ସଂପତ୍ତି ଉପରେ ଅଧିକାର ମିଳିବ ନାହିଁ। ଏମିତିରେ ସଂପତ୍ତି ପିତାଙ୍କୁ ମିଳିଥାଏ। ଯଦି ଦେଶରେ ୟୁସିସି ଲାଗୁ ହୁଏ ତେବେ ଏହି ସବୁ ପ୍ରାବଧାନ ସମାପ୍ତ ହୋଇଯିବ।