ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ଦାବି ପତ୍ର ଓଡିଶା ସରକାର ଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି I ତଫସିଲ ଭୁକ୍ତ ଜାତି ତାଲିକାରୁ କେଉଟ , କୈବର୍ତ୍ତ ଓ ଧୀବର ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଦ ଦେବାକୁ ଦାବି ପତ୍ରରେ ଉଲ୍ଲେଖ କରି ଥିବା ଜଣାଯାଇଛି I ପଞ୍ଚାୟତ ସ୍ତରୀୟ ସଭାପତି ଶ୍ରୀମାନ୍ ସନ୍ତୋଷ ଜଗଦଲାଙ୍କ ନେତୃତ୍ୱରେ ଉଲୁଣ୍ଡା ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ସଭାପତି ବୈଷ୍ଣବ ଚରଣ ତରାଇଙ୍କ ସମେତ ସମାଜସେବୀ ବ୍ୟାସଦେବ ତରାଇ , ମିଥୁନ ଭୋଇ , ପଦ୍ମଲୋଚନ ଭୋଇ , ଜଗବନ୍ଧୁ କଲେତ , ରାଜେଶ ସୁନା , ସତ୍ୟନାରାୟଣ ବାଘ , ରତ୍ନାକର ହରିପାଲ ପ୍ରମୁଖ ସମସ୍ତେ ଏକତ୍ରିତ ହୋଇ ଉଲୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଥିଲେ I ଯଥାଶୀଘ୍ର ଏହି ନ୍ୟାର୍ଯ୍ୟ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ସୃଷ୍ଟି ହେବ ବୋଲି କହୁଥିବା ଜଣା ପଡ଼ିଛି l
ଉଲୁଣ୍ଡା ଲକ୍ଷେଘର ଗଣ୍ଡା ସାମାଜ ବିକାଶ ପରିଷଦ ତରଫରୁ କେକେଡି ହଟାଓ ଅଭିଯାନ
