Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିରିଜ ଟ୍ରକ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର

ଜମନକିରା : ଜମନକିରା ଥାନା ଅଧୀନସ୍ଥ ନୂତନ ଭାବେ ନିର୍ମାଣ ହୋଇଥିବା ବାଇପାସ୍ ରାସ୍ତାରେ ଏକ ସିରିଜ ଟ୍ରକ ଦୁର୍ଘଟଣା ଘଟି ଜଣେ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଟ୍ରକର ଚାଳକ ଗୁରୁତର ଅବସ୍ଥାରେ ଚିକିତ୍ସା ଥିବା ଜଣାଯାଇଛି।
ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରୀ ପ୍ରାୟ ଦେଢଟା ସମୟରେ କଲିକତା ରୁ ସମ୍ବଲପୁର ଅଭିମୁଖେ ଏକ ଟ୍ରକ (ଓଡି୧୫ଜି ୪୫୬୨) ଯାଉଥିବା ବେଳେ ଜମନକିରା ରାଜରାସ୍ତା ୫୪ ବାଇପାସ୍ ରାସ୍ତାରେ ସମ୍ମୁଖରେ ଯାଉଥିବା ଏକ ଟ୍ରେଲର ପଛରେ ବାଡ଼େଇ ହୋଇଥିଲା ଫଳରେ ଟ୍ରକର ଚାଳକ ଶ୍ରୀନିବାସ ରାୟ (୪୦) ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ସେ ନିଜେ ମାଲିକ ଓ ତାଙ୍କ ଘର ସମ୍ବଲପୁର ଜିଲ୍ଲା ସଦର ମହକୁମା ବରେଇପାଲିର ବୋଲି ଜଣାପଡିଛି। ସେହି ଟ୍ରକ ପଛରେ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରକ (ଡବ୍ଲୁ ୨୩ଡି ୫୦୩୨) ଦୁର୍ଘଟଣା ଘଟିଥିବା ଟ୍ରକ ପଛରେ ପିତିହେଲା। ଫଳରେ ପଛ ଟ୍ରକର ଚାଳକ ବିହାର ରାଜ୍ୟର ଦେବରଞନ କୁମାର (୪୦) ଗୁରୁତର ଆହତ ହୋଇଛି। ମୃତ ଶ୍ରୀନିବାସ ର ଶବକୁ ବ୍ୟବଚ୍ଛେଦ ପାଇଁ ସମ୍ବଲପୁର ବଡ଼ ଡାକ୍ତରଖାନା କୁ ପଠେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କଥା ପୋଲିସ କହିଛି। ସେହିପରି ଗୁରୁତର ଆହତ ଥିବା ଦେବରଞ୍ଜନ କୁ ବୁର୍ଲା ଡାକ୍ତରଖାନା ପଠାଯାଇଛି। ଅନ୍ୟପଟେ ପ୍ରଥମ ଟ୍ରେଲର ଦୁର୍ଘଟଣା ଘଟିଲା ପରେ ଚାଳକ ଟ୍ରକ ନେଇ ଫେରାର ମାରିଛି। ପୋଲିସ ଏନେଇ ଜମନକିରା ଥାନାରେ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ