Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ୍ ଖୁଣ୍ଟରୁ ପଡି ଯୁବକର ମୃତ୍ୟୁ

ଲକ୍ଷ୍ମୀପୁର : ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ଯୁବକ ର ମୃତ୍ୟୁ ହୋଇଛି।ଏପରି ଘଟଣା ଘଟିଛି ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ଗାଁ ରେ।ସୂଚନା ଅନୁଯାୟୀ କୁସୁମଗୁଡା ଗାଁ ର ଜଣେ ବିଦ୍ୟତ୍ ଉପଭୋକ୍ତା ଙ୍କ ଘରେ ବିଦ୍ୟୁତ୍ ନଥିଲା,ଏନେଇ ବିଦ୍ୟୁତ୍ ବିଭାଗର କର୍ମଚାରୀ ଙ୍କୁ କୁହାଯିବା ପରେ ଟାଟା କମ୍ପାନିରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ ଜଣକ କୁସୁମଗୁଡା ଗାଁର ବିଷ୍ନୁ ମୁଦୁଲି ଓରଫ ଟାଙ୍କୁ ନାମକ ଯୁବକ କୁ ବିଦ୍ୟୁତ ଖୁଣ୍ଟ ଉପରେ ଚଢାଇ ବିଦ୍ୟତ୍ ସଂଯୋଗ କରିବାକୁ କହିଥିଲେ,ବିଷ୍ନୁ ବିଦ୍ୟତ୍ ଖୁଣ୍ଟ ଉପରେ ଚଢିବା ପୁର୍ବରୁ କରେଣ୍ଟ ନଥିଲା,ଯେତେବେଳେ ବିଷ୍ବୁ ଖୁଣ୍ଟ ଉପରେ ଚଢିକି ବିଦ୍ୟୁତ୍ ସଂଯୋଗ କରୁଥିଲେ ସେହି ସମୟରେ ହଠାତ୍ ବିଦ୍ୟତ୍ ଆସିଯାଇଥିଲା,ଖୁଣ୍ଟ ଉପରେ ବିଷ୍ବୁକୁ କରେଣ୍ଟ ସକ୍ ମାରିବା ପରେ ଉପରୁ ତଳେ ଛିଟିକିପଡି ଗୁରୁତ୍ବର ଆହତ ହୋଇଥିଲେ,ପ୍ରାୟ ଦେଢଘଣ୍ଟା ୧୦୮ ଆମ୍ବୁଲାନ୍ସ କୁ ଅପେକ୍ଷା କରି କରି ଶେଷରେ ଗାଁ ଲୋକେ ଲକ୍ଷ୍ମୀପୁର ଡାକ୍ତରଖାନା ରେ ପହଞ୍ଚାଇଥିଲେ,ଡାକ୍ତରଖାନା ରେ ଡାକ୍ତର ଚିକିସ୍ଚା ପାଇଁ ଦେଖୁଥିବା ସମୟରେ ହିଁ ବିଷ୍ବୁଙ୍କର ମୃତ୍ୟୁ ହୋଇଯାଇଥିଲା।ଏନେଇ ଡାକ୍ତରଖାନା ତରଫରୁ ଥାନା ରେ ସୂଚନା ଦିଆଯାଇଥିବା ପ୍ରକାଶ କରାଯାଇଥିବା ବେଳେ ଥାନା ରେ କୌଣସି ସୂଚନା ପହଞ୍ଚିନଥିବା ଆଇଆଇସି ଶ୍ବେତପଦ୍ମା ସେଠ୍ ପ୍ରକାଶ କରିଛନ୍ତି।ମୃତ ବିଷ୍ନୁଙ୍କ ପରିବାର ଲୋକେ ଡାକ୍ତରଖାନାରୁ ଶବକୁ ଗାଁକୁ ନେଇ ଚାଲିଯାଇଥିବା ବେଳେ କୌଣସି ମାମଲା ମଧ୍ୟ ରୁଜୁ ହୋଇପାରିନାହିଁ।ଅନ୍ୟପକ୍ଷରେ ଏନେଇ ବିଦ୍ୟୁତ ବିଭାଗ ର କାକିରିଗୁମା ଯନ୍ତ୍ରୀ ସୁନିଲ୍ କୁମାର ବେହେରା କହିଛନ୍ତି ଯେଉଁ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଛନ୍ତି ତାଙ୍କ ଘରେ ଲାଇନ୍ ନଥିବାରୁ ସେ ନିଯେ ବିଦ୍ୟୁତଖୁଣ୍ଟ ଉପରେ ଚଢି ବିଦ୍ୟତ୍ ସଂଯୋଗ କରୁଥିଲେ,ସେହି ସମୟରେ କରେଣ୍ଟ ସକ୍ ଲାଗି ଖୁଣ୍ଟରୁ ତଳେ ପଡିଯାଇ ଆହତ ହୋଇ ପରେ ମୃତ୍ୟୁବରଣ କରିଛି,ମୃତ ବ୍ୟକ୍ତି ଜଣକ ତାଙ୍କର କର୍ମଚାରୀ ନୁହଁନ୍ତି,କିନ୍ତୁ ଗାଁ ଲୋକଙ୍କ କହିବା ପ୍ରକାରେ ଜଦି ତାଙ୍କର ଅସ୍ତାୟୀ କର୍ମଚାରୀ କେହି ବିଦ୍ୟୁତ ଖୁଣ୍ଟରେ ଚଢାଇଥାନ୍ତି ତାହେଲେ ତଦନ୍ତ କରାଯିବ ବୋଲି କହିଛନ୍ତି।ଅନ୍ୟପକ୍ଷରେ ବିଦ୍ୟୁତ ଖୁଣ୍ଟରେ ଚଢାଇଥିବା ଅସ୍ତାୟୀ କର୍ମଚାରୀ ଙ୍କ ସହ କୁଆଡେ ୧ଲକ୍ଷ ୨୦ହଜାର ଟଙ୍କାରେ ଚୁକ୍ତି କରାଯାଇ ଅନ୍ତିମ ସଂସ୍କାର କରାଯାଇଛି ବୋଲି ଖବର ପ୍ରଚାର ହୋଈଛି।ଟାଟା କମ୍ପାନି ଦ୍ବାରା ଚୁକ୍ତିଭିତିକ ଭାବେ କର୍ମଚାରୀ ନିଯୁକ୍ତି ଦିଆଯାଇଥିବା ବେଳେ ସେହି ଚୁକ୍ତିଭିତିକ କର୍ମଚାରୀ ମାନେ ପୁଣି ଅନଭିଜ୍ଞ ଲୋକଙ୍କୁ ନିୟୋଜିତ କରିବା କେତେଦୁର ଠିକ୍ ତାହା ବର୍ତମାନ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଟାଟା କମ୍ପାନି କଣ କ୍ଷତିପୂରଣ ଦେଉଛି ଓ କଣ କାର୍ଯ୍ୟାନୁଷ୍ଟାନ ନେଉଛି ତାହା ଦେଖିବାକୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ