କୀଟନାଶକ ପିଇ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା


ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁରେ କୀଟନାଶକ ପିଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି l ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଗାଁରେ ଅରୀକ୍ଷିତ ନାହାକ ବୋଲି ସୂଚନା ମିଳିଛି l ପ୍ରାପ୍ତ ସୂଚନା ଅନୁଯାଇ, ମୃତ ଅରୀକ୍ଷିତ କିଛି ଦିନ ହେଲା କୌଣସି କାରଣକୁ ନେଇ ପାରିବାରିକ କାରଣକୁ ନେଇ ମାନସିକ ଅବସାଦରେ ରହି ଆସୁଥିଲେ l ଗୁରୁବାର ସକାଳ ସମୟରେ ଚାଷରେ ପ୍ରୟୋଗ ପାଇଁ ଥିବା କୀଟନାଶକ ପିଇ ଦେଇଥିଲେ l ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା l ଏ ନେଇ ମୃତ ଅରୀକ୍ଷିତଙ୍କ ପୁଅ ରାଜେନ୍ଦ୍ର ନାହାକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୧୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂଚନା ଦେଇଛି l