Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୩୦ ଗ୍ରାମ ସୁନା ଅଳଙ୍କାର ଓ ୪୨୭ ଗ୍ରାମ ରୂପା ଉଦ୍ଧାର,୩ କୋର୍ଟ ଚାଲାଣ

ଗୋପାଳପୁର: ଗୋପାଳପୁର, ଗୋଳନ୍ଥରା ସମେତ ବ୍ରହ୍ମପୁର ସହର ବିଭିନ୍ନ ଅଞ୍ଚଳରୁ ତାଲା ବନ୍ଦ ଘରୁ ଲୁଟ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଜବତ କରି ଆଜି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଟି. ବିଷୁ,ସଦର ଥାନା ଅର୍ନ୍ତଗତ କlଳୁଆ ରୋଡ ବାଘଝରି ର ସୁଦାମ ପାତ୍ର ଓ ଚନ୍ଦନ ପାତ୍ର ବୋଲି ପୁଲିସ୍ କହିଛି।ପୂର୍ବରୁ ଏହି ୩ ଜଣ ଙ୍କ ନାମରେ ଗୋଲନ୍ଥରl ଥାନାରେ ୩ ଟି, ନିମଖଣ୍ଡି ଥାନାରେ ୨ ଟି ଓ ଗୋଷାଣୀ ନୂଆଗାଁ ଥାନାରେ ୧ ମାମଲା ରହିଛି। ଗୋପାଳପୁର ଥାନା ଅର୍ନ୍ତଗତ ଡିଫେନସ୍ କୋଲନି ରେ ନୀଳ ମାଧବ ସାହୁ ଙ୍କ ଘର ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ୨୭ ତାରିଖ ରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୧୦୨ /୨୩ ପ୍ରକାରେ ମାମଲା ରୁଜୁ କରିଥିଲା।ଏହା ସହ ଗତ ୧୮/୫/୨୩ ରେ ଏକ ଅନୁରୂପ ଚୋରି ମାମଲା କେସ ନଂ ୧୬୫/୨୩ ରେ ପୁଲିସ୍ ତଦନ୍ତ କରୁଥିବା ବେଳେ ଗତ କାଲି କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅlମ୍ବପୁଆ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଥିଲା । ତଦନ୍ତ ସମୟରେ ସେମାନଙ୍କ ଠାରୁ ୨୩୦ ଗ୍ରାମ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ୪୦ ହଜାର ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୧ ହଜାର ୯୩୯ ଟଙ୍କା ର ଉଦ୍ଧାର କରିଥିଲେ । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଆଗାମୀ ଦିନରେ ଅଭିଯୁକ୍ତ ମାନଙ୍କୁ ପୁଲିସ ରିମାଣ୍ଡରେ ଆଣି ଚୋରି ନେଇ ଅଧିକ ତଦନ୍ତ କରିବ ବୋଲି ପ୍ରକାଶ କରିଛି।