ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


ଅତାବିରା : ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପରାମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମରାଜ ପ୍ରଧାନଙ୍କୁ ଗ୍ରାମବାସୀ ଶୁକ୍ରବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ସୁବ୍ରତ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଗ୍ରାମବାସୀ ବଳିରାଜ ଭୋଇ ମୁଖ୍ୟଅତିଥି, ମଙ୍ଗଳୁ ବିଶ୍ଵାଳ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଅବସରନେଇଥିବା ପ୍ରଧାନଶିକ୍ଷକ ପ୍ରେମରାଜ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଓ ଉପଢ଼ୋକନ ପ୍ରଦାନ ପୂର୍ବକ ସଂମ୍ମାନିତ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶୁଶାନ୍ତ ମିଶ୍ର, ମଧୁ ବେହେରା, ରାମପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ସମ୍ବର୍ଦ୍ଧନା ସଭାପରେ ଏଜ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇଛି ଅବସର ନେଇଥିବା ଶିକ୍ଷକ ଙ୍କୁ ଅନିଚ୍ଛା ସତ୍ୱେ ବିଦାୟ ଦିଆଯାଇଥିଲା l ପ୍ରକାଶ ଯେ ଅବସର ନେଇଥିବା ଶିକ୍ଷକ ପ୍ରେମରାଜ ସାନ ଭାଇ ଭଉଣୀ ମାନଙ୍କୁ ଶିକ୍ଷାକ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ପାଇଁ କିଛି ମାସ ବେସରକାରୀ ଭାବରେ ହାଇସ୍କୁଲରେ ଶିକ୍ଷକତା ମଧ୍ୟ କରିଥିଲେ । ପରେ ପରେ ତା.୦୧.୦୮.୧୯୮୬ ରେ ଲାଦରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବରେ ୨୦ବର୍ଷ, ତାପରେ ଭୂଷିପାଲି ନୋଡାଳ ୟୁ.ପି. ସ୍କୁଲରେ ୭ ବର୍ଷ (୨୦୦୬ ରୁ ୨୦୧୩) ଏବଂ ଶେଷରେ ୨୦୧୩ ଜୁଲାଇରୁ ପରମାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୦ ବର୍ଷ ପ୍ରଧାନ ଶିକ୍ଷକ ଦାୟିତ୍ଵ ସୁଚାରୁ ରୂପେ ତୁଳାଇ ଆଜି ଅବସର ନେଉଛନ୍ତି । ତାଙ୍କ ନାମକୁ ସାର୍ଥକ କଲା ପରି ସବୁସ୍ଥାନରେ, ସବୁକ୍ଷେତ୍ରରେ ସେ ତାଙ୍କର ଛାତ୍ରଛାତ୍ରୀ, ସହପାଠୀ ସମସ୍ତଙ୍କୁ ତାଙ୍କର ପ୍ରେମଗୁଣରେ ଆପଣାର କରି ପ୍ରିୟଭାଜନ ହୋଇଛନ୍ତି । ସେ ସମାୟନୁବର୍ତ୍ତୀ, ଜଣେ ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ, ପ୍ରକୃତିପ୍ରେମୀ ତଥା ଉଦାରନିଷ୍ଠ ଶିକ୍ଷକ ଭାବରେ ସେ ସର୍ବତ୍ର ପରିଚିତ । ସବୁବେଳେ କହୁଥିଲେ ଭବିଷ୍ୟତ ପିଢିକୁ ମଣିଷ ପରି ଗଢି ତୋଳିବା ଦାୟିତ୍ଵ ସରକାର ଆମକୁ ଦେଉଛନ୍ତି ତାକୁ ଯଦି ସୂଚାରୁ ରୂପେ କରିପାରିବା ତହିଁରେ ପରମଶାନ୍ତି ର ଉପଲବ୍ଧି ଅନୁଭବ କରିପାରିବା । ସେ ଜଣେ ଜ୍ଞାନ ପିପାସୁ ଭାବରେ ବୟୋଜ୍ୟେଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କଠାରୁ ପ୍ରଶଂସା ର ପାତ୍ର ମଧ୍ୟ । ବିଭିନ୍ନ ପ୍ରକାର ବହି ପଢି ଛାତ୍ରଛାତ୍ରୀ ମାନଙ୍କୁ ଗପମାଧ୍ୟମରେ ଦିଗ୍‌ଦର୍ଶନ ଦେଉଥିଲେ ।