Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ହରପ୍ରିୟା ବିଜ୍ଞାନରେ ହେଲେ ଦ୍ବିତୀୟ; ଯୁକ୍ତ ୨ ରେ କୋରାପୁଟ ଜିଲ୍ଲା ଟପ୍ପର ହୋଇଥିଲେ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ରାଜନୀତି ବିଜ୍ଞାନର ଶେଷ ବର୍ଷ ଛାତ୍ରୀ ହରିପ୍ରିୟା ପୁରୁସେଠୀ ରାଜନୀତି ବିଜ୍ଞାନରେ ସର୍ବମୋଟ ୧୪୦୦ ମାର୍କରୁ ୧୨୨୧ ମାର୍କ ରଖି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ହରପ୍ରୀୟା ଜଣେ ମେଧାବୀ ଛାତ୍ରୀ ଏବଂ ସେ ଯୁକ୍ତ ଦୁଇ ପରୀକ୍ଷାରେ ମଧ୍ଯ କୋରାପୁଟ ଜିଲ୍ଲା ଟପର୍ ହୋଇଥିଲେ । ସେ ନାରାୟଣପାଟଣା ନିବାସୀ ଶିକ୍ଷକ ସ୍ଵର୍ଗତ ନରହରି ପୁରୁସେଠୀ ଓ ନର୍ମଦା ପୁରୁସେଟଠୀଙ୍କ ଝିଅ ଅଟନ୍ତି। ସେ ତାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ବୀରେନ୍ କୁମାର ଶତପଥୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମହିମା ରାଣୀ ରାଜୁ ତଥା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ତାଙ୍କର ଏହି ସଫଳତା ପାଇଁ କୃତଜ୍ଞତା ଜଣାଇଛନ୍ତି। ମହାବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଯୋଗୁଁ ଯୁକ୍ତ ତିନି ଅଧ୍ୟକ୍ଷ ବିରେନ୍ କୁମାର ଶତପଥି ଓ ଯୁକ୍ତଦୁଇ ଅଧ୍ୟକ୍ଷ ବିଜୁ ମୁଦୁଲି ହରିପ୍ରିୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଗତ ବର୍ଷ ମଧ୍ୟ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅର୍ଥନୀତି ଛାତ୍ର ଉତ୍ତମ ଦାସ ଝୋଡ଼ିଆ ବିଶ୍ୱବିଦ୍ୟାଳୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଗୌରବ ଆଣିଥିଲେ।