Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ଯୁ: କ୍ଷତି ପୂରଣ ଦାବିରେ ସାରା ପଶ୍ଚିମ ଓଡିଶାରେ ଦାବି ପତ୍ର

ସମ୍ବଲପୁର :ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର କୀର୍ତ୍ତନ ପାଳି ଛକରେ ଗତ କାଲି ଦୁର୍ଘଟଣା ରେ ମୃତ୍ଯୁ ହୋଇଥିବା ଅଙ୍ଗୱାଡି କର୍ମୀ ଗୀତାଞ୍ଜଳି ବେହେରାଙ୍କ ପରିବାର ବର୍ଗଙ୍କୁ ଉଚିତ କ୍ଷତି ପୂରଣ ସହିତ ଦୁର୍ଘଟଣା ଘଟାଇ ଥିବା ଲୋକକୁ ଗିରଫ୍ କରିବା ଦାବୀରେ ଗତ କାଲି ଠାରୁ ଅଙ୍ଗନବାଡି କର୍ମୀ ଓ ଗ୍ରାମ ବାସୀ ଶବ ରଖି ରାସ୍ତା ରୋକ କରିଥିଲେ l ଆଜି ବି ଦିନ ଦୁଇ ପହର ପର୍ଯ୍ୟନ୍ତ ରାସ୍ତା ରୋକ କରି ଦାବି ଦୋହରା ଯାଇଥିଲା l ଦୁଇ ପହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ. ତହସିଲଦାର. ପୁଲିସ ଅଧିକ୍ଷକ.ବିଡିଓ ପହଞ୍ଚି ଆଲୋଚନା କରିଥିଲେ l କର୍ମୀ ପରିବାର କୁ ମୁଖ୍ୟମନ୍ତ୍ରୀ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବୀମା ରାଶି ୨ ଲକ୍ଷ. ଅନ୍ୟାନ୍ୟ ୮୦ ହାଜର ଦେବାକୁ ନିଷ୍ପତ୍ତି ନିଆଯିବା ପରେ ଅଙ୍ଗନବାଡି କର୍ମୀ ମାନେ ଆନ୍ଦୋଳନରୁ ଓହରି ଥିଲେ l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସଭାନେତ୍ରୀ ତଥା ରିଆମାଳ ଅଙ୍ଗନବାଡି କର୍ମୀ ମୀରା ଦଳ ବେହେରା ଙ୍କ ନେତୃତ୍ଵରେ ଏହି ଆନ୍ଦୋଳନ ରେ ଅଙ୍ଗନବାଡି କର୍ମୀ. ସହାୟିକା. ଆଖ ପାଖ ଅଞ୍ଚଳ ର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସାମିଲ ଥିଲେ l ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଦ୍ଵାରା ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା।ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ସଭାନେତ୍ରୀ ମୀରା ଦଳ ବେହେରାଙ୍କ ଆହ୍ଵାନରେ ଆଜି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ସମ୍ବଲପୁର.ବରଗଡ଼. ବଲାଙ୍ଗୀର. ସୋନପୁର. ଝାରସୁଗୁଡ଼ା. ଜିଲ୍ଲା ର ବିଭିନ୍ନ ବ୍ଲକ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ଷତି ପୂରଣ ଦେବାକୁ ଦାବିପତ୍ର ଦିଆଯାଇଥିଲା ଏବଂ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ. ଶାନ୍ତି ଲତା ପଟେଲ ଓ ଶୈରିନ୍ଦ୍ରୀ ମହାନନ୍ଦ ଙ୍କ ନେତୃତ୍ଵରେ କୁଚିଣ୍ଡା ରେ. ଜିଲ୍ଲା ସମ୍ପାଦକ ପ୍ରମିଳା ସିଂ ଓ ଅନିତା ନାୟକ ଙ୍କ ନେତୃତ୍ଵରେ ମାନେଶ୍ଵର,ସମ୍ବଲପୁର ପୌରାଞ୍ଚଳରେ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀଙ୍କ ନେତୃତ୍ଵରେ. ଜିଲ୍ଲା ଉପ ସଭାନେତ୍ରୀ ଫଣୀ ରାଉଳ. ପଦ୍ମିନୀ ପାଣିଗ୍ରାହୀ. ଗୋଲାପୀ ପଟେଲ. ତୁଲସୀ ଭୋଇ. ଗୋପେଶ୍ୱରୀ ଓରାମ୍ ଙ୍କ ନେତୃତ୍ଵରେ ଧନକଉଡା, ବ୍ଲକ ସଭାନେତ୍ରୀ ହେମାଦ୍ରି ପ୍ରଧାନ ଓ ସମ୍ପାଦିକା କନକ ପ୍ରଧାନ ନେତୃତ୍ବରେ ଜମନକିରା,ବ୍ଲକ ଉପଦେଷ୍ଟା ସଂଘମିତ୍ରା ପଟ୍ଟନାୟକ,ସଭାନେତ୍ରୀ ଯଶୋବନ୍ତୀ ବାଙ୍କ,ମଞ୍ଜୁଲତା ମାଝୀ,ପୁଷ୍ପ ମଞ୍ଜରୀ କିଷାନ ଓ ଝୁମି ସେଠ ଙ୍କ ନେତୃତ୍ଵରେ ଯୁଯୋମୁରା, ବ୍ଲକ ସଭାନେତ୍ରୀ ମିନି ପଣ୍ଡା ଓ ଯଶୋବନ୍ତୀ ବେହେରାଙ୍କ ନେତୃତ୍ଵରେ ରେଙ୍ଗାଲି,ଶାନ୍ତି ଲତା ରାୟ ଓ ରତ୍ନ ସାହୁ ଙ୍କ ନେତୃତ୍ଵରେ ବାମରା,ନୀନା ବିଞ୍ଝାଲ. ଉର୍ମିଲା ସାହୁ. ଯାଜ୍ଞସେନୀ ପ୍ରଧାନଙ୍କ ନେତୃତ୍ଵରେ ରେଢ଼ାଖୋଲ,ଅନୁସୂୟା ଶତପଥିଙ୍କ ନେତୃତ୍ଵରେ ନାକଟିଦେଉଳରେ ଦାବି ପତ୍ର ପ୍ରଦାନ ସହିତ ଶୋକ ସଭା ଅନୁଷ୍ଠିତ ହୋଇଥିଲା l

ଠିକ୍ ସେହିପରି ବରଗଡ଼ ରେ ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି.ସମ୍ପାଦକ ନିତମ୍ବିନୀ ଦାଶ. ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇଙ୍କ ନେତୃତ୍ଵରେ ବରଗଡ଼, ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ମମତା ଶତପଥି ଓ ସମ୍ପାଦକ ଗୌରୀ ଷଡଙ୍ଗୀ. ମହେନ୍ଦ୍ର ଦର୍ଜିଙ୍କ ନେତୃତ୍ଵରେ ବଲାଙ୍ଗୀର, ସୋନପୁର ଜିଲ୍ଲା ସଭାନେତ୍ରୀ ଲିଲି ମିଶ୍ର ଓ ସମ୍ପାଦକ ଶାନ୍ତିଲତା ଜଗଦଲାଙ୍କ ନେତୃତ୍ଵରେ ସୋନପୁରରେ ଦାବିପତ୍ର ପ୍ରଦାନ କରାଯାଇଥିଲାl ସାଧାରଣ ଟ୍ରେନ. ରାସ୍ତା ଦୁର୍ଘଟଣା ତଥା ଅନ୍ୟାନ୍ୟ କାରଣରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ସରକାର ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦେଉ ଥିବା ବେଳେ ଅଙ୍ଗନବାଡି କର୍ମୀଙ୍କ ମୃତ୍ଯୁ ରେ କାହିଁକି ସରକାର ସମବେଦନା ଜ୍ଞାପନ କରି ପର୍ଯ୍ୟାପ୍ତ କ୍ଷତିପୂରଣ ଦେଉ ନାହାନ୍ତି ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ପ୍ରଶ୍ନ କରି ଆଗାମୀ ଦିନରେ ସରକାରଙ୍କ ହୃଦୟତା ପ୍ରକାଶ ନପାଇଲେ ଅଙ୍ଗନବାଡି କର୍ମୀଙ୍କ ସମସ୍ୟା ସମାଧାନ ଦାବିରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କେନ୍ଦ୍ରୀୟ ସଭାନେତ୍ରୀ ଶ୍ରୀମତୀ ମୀରା ଦଳ ବେହେରା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ