ବାହାନଗା ଟ୍ରେନ୍‌ ଦୁର୍ଘଟଣା; ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ


ବାଲେଶ୍ୱର: ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣାର ଦୃଶ୍ୟ ଆଜି ବି ଲୋକଙ୍କ ମନରେ ତାଜା ଅଛି। ଏହା ଭିତରେ ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ରେଳବାଇର ନୂଆ ମହାପ୍ରବନ୍ଧକ ଭାବେ ଅନୀଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି।

ଜୁନ ୨ ତାରିଖରେ ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏହା ସବୁଠାରୁ ବଡ଼ ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ।