Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିନ୍ତା ବଢାଇଲାଣି ପରିବା ଦର; ଟଙ୍କା ସରୁଛି ହେଲେ ବ୍ୟାଗ୍ ପୁରୁନି

ଭୁବନେଶ୍ବର: ବଢୁଛି ପରିବା ଦର। ଚିନ୍ତାରେ ଗ୍ରାହକ। ଟମାଟୋ ଦର କିଛି ଜାଗାରେ ୧୨୦ ଛୁଇଁଲାଣି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ। ପରିବା ବଜାରରେ ଆଉ ଆଗ ଭଳି ଭିଡ ଜମୁନି। ସେପଟେ ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ପ୍ରାୟ ସବୁ ପରିବା ଦାମ୍‌ ୮୦ ଟଙ୍କା ଉପରେ। ପୋଟଳ, କାଙ୍କଡ, କଲରା, ବାଇଗଣ, ଭେଣ୍ଡି, ଜହ୍ନି ସବୁ ପରିବାର ଉଚ୍ଚା ଦର । ଟମାଟୋ ଦର ତ ସବୁଠୁ ଅଧିକ ରହିଛି। ଫୁଲ କୋବି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ବାଇଗଣ ୫୦, ପୋଟଳ ୬୦, କଦଳୀ ୬୦, ମାଟି ଆଳୁ ୧୨୦, ଅଦା ୨୮୦, ରସୁଣ ୧୫୦, ଭେଣ୍ଡି ୫୦ ଓ କଲରା ୮୦ ଟଙ୍କାରେ ବିକ୍ରି ହେଉଛି । ଏବେ ଲୋକେ କେଉଁ ପରିବା ଖାଇବେ ଓ କେତେ ନେବେ ତାକୁ ନେଇ ଦ୍ବନ୍ଦ୍ବରେ ପଡିଯାଉଛନ୍ତି।

ସେପଟେ ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରୁନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ