ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା


ଭବନେଶ୍ୱର: ଆସନ୍ତା ତିନି ଘଣ୍ଟା ଭିତରେ ପ୍ରବଳ ବର୍ଷା ସମ୍ଭାବନା। ଏ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟ ଭିତରେ  ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦ୍ରାପଡା,ଜଗତସିଂହପୁର  ପୁରୀ, ଅନଗୁଳ, ଢେଙ୍କାନାଳ କଟକ ଓ ନୟାଗଡ ।

ତେଣୁ ପାଣିପାଗକୁ ଦୃଷ୍ଟିରେ ରଖି ସତର୍କତାର ସହ  ବାହାରକୁ  ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଦୁର୍ବଳ ମୌସୁମୀ ପ୍ରବାହ ହେତୁ ରାଜ୍ୟରେ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢିଛି ।

ରାଜ୍ୟରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା ପାରାଦ୍ୱୀପରେ ସର୍ବାଧିକ ୮୧% ପୁରୀ ଥିବାବେଳେ ୭୮% ବାଲେଶ୍ୱରରେ, ୭୫% ଗୋପାଳପୁରରେ,  ଚାନ୍ଦବାଲିରେ ୭୨%,  କେନ୍ଦୁଝରରେ ୬୭%,  ସମ୍ବଲପୁରରେ ୫୮%,  ହୀରାକୁଦରେ ୫୭%,  ଝାରସୁଗୁଡାରେ ୫୭% ଏବଂ ଭୁବନେଶ୍ୱରରେ  ୫୭% ରହିଛି ।