Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁଲ ଫୁଲରୁ ପୁଷ୍ଟିକର ଖାଦ୍ୟ ସଂପର୍କିତ ତାଲିମ ଶିବିର

ସମ୍ବଲପୁର(ବୁର୍ଲା): ମହୁଲ ଫୁଲରୁ କେବଳ ମାଦକ ଦ୍ରବ୍ୟ ପ୍ରସ୍ତୁତ ହୋଇନଥାଏ ବରଂ ଏହି ମହୁଲ ଫୁଲରୁ ପୃଷ୍ଟିକର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହାକୁ ନେଇ ସମ୍ବଲପୁର ବନଖଣ୍ଡ ଓ ସ୍ନାତକୋତ୍ତର ବିଭାଗ ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟି ସାଧନ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ବୁର୍ଲା ମିଳିତ ସହଯୋଗ ରେ ଚାରି ଦିନିଆ ତାଲିମ ଶିବିର ଆଜିଠୁ ଆରମ୍ଭ ହୋଇଛି। ମହୁଲ ଫୁଲ, ସଜନା ଏବଂ ଆମ୍ବର ମୂଲ୍ୟ ଯୁକ୍ତ ଉତ୍ପାଦନ ଉପରେ ଏହି ତାଲିମ ଶିବିର ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ।ସ୍ଥାନୀୟ ଡିଏଫଓ ବିଶ୍ୱବନାଥ ରିନ୍ନାଭର, ପ୍ରଫେସର ପ୍ରଦୀପ ନାଏକ, ପ୍ରଫେସର ସଂଯୁକ୍ତା ଦାସ, ଡ଼କ୍ଟର ଅପରାଜିତା ପ୍ରିୟ ଦର୍ଶିନୀ, ଟ୍ରେନିଂ କୋଅର୍ଡିନେଟର,ପ୍ରଫେସର ସଂଯତ କୁମାର ସାହୁ ଓଏଫଏସଡିପି ପ୍ରୋଜେକଟ କର୍ମଚାରୀ ଏବଂ ୫ଟି ବନ ସୁରକ୍ଷା ସମିତିରୁ ଆସିଥିବା ୫୦ ଗୋଟି ଭି. ଏସ. ଏସ ସଦସ୍ୟ ତାଲିମ ଶିବିର ରେ ଅଂଶ ଗ୍ରହଣ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ