Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ଦ୍ଧାରିତ ରାଶିଠାରୁ ଅଧିକ କିସ୍ତି ନେଲା ରୁଣ ପ୍ରଦାନକାରୀ ସଂସ୍ଥା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଏସଏଚଜି ଗ୍ରୁପଗୁଡ଼ିକୁ ଋଣ ପ୍ରଦାନ କରୁଥିବା ‘ବନ୍ଧନ ବ୍ୟାଙ୍କ’ କର୍ମଚାରୀ ନିର୍ଦ୍ଧାରିତ କିସ୍ତି ରାଶିଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ ବ୍ଲକର ର ଉଫୁଲା ଗ୍ରାମର ଦୁର୍ଗା ସ୍ଵୟଂସହାୟିକା ଗୋଷ୍ଠୀ ର ସଦସ୍ୟାମାନେ ବନ୍ଧନ ବ୍ୟାଙ୍କରୁ ଋଣ ଆଣିଥିବା ବେଳେ ଉପଯୁକ୍ତ ସମୟରେ କିସ୍ତି ଦେଇ ଋଣ ପୈଠ କରୁଥିଲେ । ମାତ୍ର କିସ୍ତି ବାକି ଅଛି କହି ଜଣେ ବ୍ୟାଙ୍କ କର୍ମଚାରୀ ଗ୍ରୁପର ବାସନ୍ତୀ ଭୋଇ ନାମକ ସଦସ୍ୟାଙ୍କଠାରୁ ଏକ ହଜାର ଟଙ୍କା ଜବରଦସ୍ତ ଅଧିକ ଆଦାୟ କରିଥିଲେ । ଏନେଇ ବାସନ୍ତୀ ହିସାବ କରି ଦେଖିବାରୁ ଅଧିକ ଅର୍ଥ ପୈଠ ହୋଇଥିବା ଜାଣିବାକୁ ପାଇଥିଲେ । ବାସନ୍ତୀ ବ୍ୟାଙ୍କକୁ ଯାଇ ଶାଖା ପରିଚାଳକ ନରେନ୍ଦ୍ର ନାୟକଙ୍କୁ ଖାତା ଦେଖାଇବାରୁ ସେ ଭୁଲ ସ୍ବୀକାର କରି ସମାନ ନାମ ଥିବାରୁ କର୍ମଚାରୀଙ୍କ ଦ୍ଵାରା ଏହି ତ୍ରୁଟି ହୋଇଥିବା କହିଥିଲେ । ଏଥିସହ ଖୁବଶୀଘ୍ର ତାଙ୍କର ଟଙ୍କା ଫେରସ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୧୫ ଦିନରୁ ଅଧିକ ବିତିଯିବା ପରେ ମଧ୍ୟ ଉକ୍ତ ଟଙ୍କା ଫେରସ୍ତ ହୋଇ ନ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଶାଖା ପରିଚାଳକ ଶ୍ରୀ ନାୟକ ଙ୍କୁ ପଚାରିବାରୁ ଏହାକୁ ଏଡ଼ାଇ ଦେଇଥିଲେ । ଉକ୍ତ ଘଟଣା ନେଇ ସାଧାରଣରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି l