Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ ପ୍ରାଧ୍ୟାପକଙ୍କ ଜନ୍ମଦିନ ପାଳିତ; ୩୩ବର୍ଷ ଧରି କରିଥିଲେ ଶିକ୍ଷାଦାନ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. କିଶୋର ଚନ୍ଦ୍ର ସାହୁଙ୍କ ଜନ୍ମଦିନ ମହାବିଦ୍ୟାଳୟ ପରିସର ରେ ଧୂମଧାମ୍ ରେ ପାଳନ କରାଯାଇଛି।ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଶ୍ରୀ ସାହୁ ୩୩ ବର୍ଷ ଅଧ୍ୟାପକ ଭାବେ ଚାକିରି କରିବା ପରେ ଗତକାଲି ଶୁକ୍ରବାର ଅବସର ଗ୍ରହଣ କରିଥିଲେ।ଶନିବାର ଦିନ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରମୋଦ ପଟ୍ଟନାୟକ ,ଯୁକ୍ତ ୩ ଅଧ୍ୟକ୍ଷ ବିଜୁ ମୁଦୁଲି ,ପୁର୍ବତନ ସାଂସଦ ଝିନ ହିକକା,ଡାକ୍ତର ଦେବେଶ ବେହେରା, ଗଣମାଧ୍ୟମ ପ୍ରତିନିଧି ଓ ମହାବିଦ୍ୟାଳୟର କର୍ମଚାରୀ ଙ୍କ ଉପସ୍ତିତିରେ ଜେକ୍ କଟାଯାଇ ଶ୍ରୀ ସାହୁ ଙ୍କର ଜନ୍ମଦିନ ପାଳନ କରାଯାଇଥିଲା।କେକ୍ କଟାଯିବା ସମୟରେ ତାଙ୍କ ଧର୍ମପତ୍ନି ଙ୍କ ସହ ଦୁଇପୁଅ ଓ ମହାବିଦ୍ୟାଳୟ କର୍ମଚାରୀ ମାନଙ୍କ ପରିବାର ସଦସ୍ୟ ଉପସ୍ତିତ ଥିଲେ।ଦିର୍ଘ ୩୩ ବର୍ଷ ଧରି ଓଡିଆ ଅଧ୍ୟାପକ ଭାବେ ସେ ମହାବିଦ୍ୟାଳୟରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବେଳେ ତାଙ୍କ ଅବସର କାଳିନ ସମୟ ନିରାମୟ ରେ ଅତିବାହିତ ହୋଇଯାଉ ବୋଲି ଉପସ୍ତିତ ସମସ୍ତେ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ