Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ସରକାରଙ୍କୁ ପିସିବିର ପ୍ରଶ୍ନ- କଣ ଭାରତ ଯିବାକୁ ଅନୁମତି ମିଳିବ କି ?

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳା ଯିବାକୁ ଥିବା ଦିନିକିଆ ବିଶ୍ଵକପ୍ ପାଇଁ ଭାରତ ଗସ୍ତ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ସରକାରଙ୍କ ମଞ୍ଜୁରୀ ଲୋଡ଼ିଛି। ଏ ନେଇ ବୋର୍ଡ ପ୍ରଧାନମନ୍ତ୍ରୀ ଶେହବାରଜ ସରିଫ, ଗୃହ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଛି। ଏଥିରେ ପ୍ରଶ୍ନ କରାଯାଇଛି ଯେ, କଣ ପାକିସ୍ତାନ କ୍ରିକେଟ୍ ଦଳକୁ ଭାରତ ଯିବା ପାଇଁ ଅନୁମତି ଅଛି କି ? ଯଦି ହଁ ପାକିସ୍ତାନ ମ୍ୟାଚର ଭେନ୍ୟୁକୁ ନେଇ କିଛି ଆପତ୍ତି ଅଛି କି ? କଣ ସରକାର ସୁରକ୍ଷାର ଯାଞ୍ଚ ପାଇଁ ଏକ ପ୍ରତିନିଧିମଣ୍ଡଳ ଭାରତ ପଠାଇବାକୁ ଚାହାନ୍ତି କି ?

ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁସାରେ ପିସିବି ପାକିସ୍ତାନ ସରକାରଙ୍କୁ ଏହି ଚିଠି ଜୁନ ୨୬ର ଲେଖିଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ଏବଂ ଉତ୍ତେଜନାପୂର୍ଣ୍ଣ ରାଜନୈତିକ ସଂପର୍କ କାରଣରୁ ଭାରତ ଗସ୍ତ ପାଇଁ ପାକିସ୍ତାନକୁ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି। ସରକାର କେବେ ଏହାର ଜବାବ ଦେବେ ଏହାର କୌଣସି ସମୟ ସୀମା ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ୍ ଦଳ ସରକାରଙ୍କ ବିନା ମଞ୍ଜୁରୀରେ ଭାରତ ଯାତ୍ରା କରି ପାରିବ ନାହିଁ। ପିସିବି ସରକାରଙ୍କୁ ଖେଳସୂଚୀ ମଧ୍ୟ ପ୍ରଦାନ କରିଛି, ଯେଉଁଥିରେ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ବିପକ୍ଷ ମ୍ୟାଚ୍ ସାମିଲ୍।

ପିସିବି କହିଛି, ଗତ ମଙ୍ଗଳବାର ବିଶ୍ଵକପ୍ ଖେଳ ସୂଚୀ ଘୋଷଣା ହେବା ମାତ୍ରେ ଆମେ ଇଣ୍ଟର ପ୍ରୋଭିନସଲ କୋର୍ଡିନେସନ(ଆଇପିସି) ମନ୍ତ୍ରଣାଳୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଚିଠି ଲେଖିଥିଲୁ। ବୈଦେଶିକ ଏବଂ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଚିଠି ପଠାଇ ଦେଇଛୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ