Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

World Cup: ଭାରତ-ପାକିସ୍ତାନ ମ୍ୟାଚଠୁ ତ ଭଲ କ୍ଵାଲିଟି…ବିଶ୍ଵକପ୍ ପୂର୍ବରୁ ଗାଙ୍ଗୁଲିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦିନିକିଆ ବିଶ୍ଵକପ୍ ୨୦୨୩ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ପୂର୍ବରୁ କଡ଼ା ଟିପ୍ପଣୀ କରିଛନ୍ତି। ଗତ ମଙ୍ଗଳବାର ଆଇସିସି ବିଶ୍ଵକପର ଖେଳସୂଚୀ ଜାରି କରି ସାରିଛି। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁପ୍ରତୀକ୍ଷିତ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଗାଙ୍ଗୁଲି ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ପକ୍ଷଙ୍କ ମଧ୍ୟରେ ମୁକାବିଲାକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ମେନ ଇନ ବ୍ଲୁ ଅନେକ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି। ଭାରତ ବନାମ ପାକିସ୍ତାନ ମୁକାବିଲାକୁ ନେଇ ସାରା ଦୁନିଆର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ରହିଥାଏ। ହେଲେ ଏହି ମ୍ୟାଚର ଖେଳରେ ସେତେ ଗୁଣବତ୍ତା ରହେ ନାହିଁ। କାରଣ ଭାରତ ଏକତରଫା ବିଜୟ ହାସଲ କରି ଚାଲିଛି। ଦୁବାଇରେ ଟି-୨୦ ବିଶ୍ଵକପରେ ପାକିସ୍ତାନ ପ୍ରଥମ ଥର ଭାରତକୁ ହରାଇ ଥିଲା। ଭାରତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳି ନ ଥିଲା। ମାତ୍ର ମୋ ଅନୁସାରେ ବିଶ୍ଵକପରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଉନ୍ନତ ଖେଳ ହୋଇଥାଏ। ଦୁଇ ଦଳ ମଧ୍ୟରେ ମୁକାବିଲାରେ ଉନ୍ନତ ମ୍ୟାଚ୍ ଦେଖିବାକୁ ମିଳିଥାଏ।

ଗାଙ୍ଗୁଲି କହିଛନ୍ତି, ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ଦଳ ନିର୍ଜୀବ ପିଚରେ ଖେଳିବା ସମୟରେ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ଏହି ପାକିସ୍ତାନ ଦଳ ମଧ୍ୟ ଭଲ ରହିଛି ଏବଂ ମ୍ୟାଚ୍ ବି ବହୁତ ଭଲ ହେବ। କାରଣ ଦଳର ବ୍ୟାଟର ପରିସ୍ଥିତିର ଠିକ୍ ଉପଯୋଗ କରିଥାନ୍ତି। ଉନ୍ନତ ଦ୍ରୁତ ବୋଲର ମଧ୍ୟ ଅଛନ୍ତି, ଯିଏ ପରିସ୍ଥିତିର ଫାଇଦା ଉଠାଇ ଜାଣିଛନ୍ତି। ସିମ୍ ହେଉ କି ସୁଇଙ୍ଗରେ ପାକିସ୍ତାନର ବୋଲର ସିଦ୍ଧହସ୍ତ ଥାଆନ୍ତି। ବିଗତ ସମୟରୁ ଦଳର ବ୍ୟାଟିଂ ସନ୍ତୁଳିତ ରହିଛି। କିନ୍ତୁ ଆଗକୁ କଣ ହେବ କୁହାଯାଇ ପାରିବ ନାହିଁ। କାରଣ ଭାରତ ବିଶ୍ଵକପରେ ପାକିସ୍ତାନ ବିରୋଧରେ ଭଲ ପ୍ରଦର୍ଶନକ କରି ଆସିଛି।