Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସମ୍ବଲପୁର: ବିଜୁ ଜନତା ଦଳର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶଙ୍କ ପାଇଁ ଆଜି ସମ୍ବଲପୁର ପାଲଟିଥିଲା ଏକ ଯାତ୍ରାର ପର୍ବ। ସମ୍ବଲପୁର ଦ୍ୱାର ଦେଶ ରେଢାଖୋଲ ଠାରୁ ଆରମ୍ଭ ହୋଇଥିଲା ଏହି ପର୍ବର ଶୁଭାରମ୍ଭ। ରେଢାଖୋଲ ଛକରେ ଥିବା ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପର୍ଯ୍ୟବେକ୍ଷକଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା।ରେଢାଖୋଲ ବିଧାୟକ ଇଂ.ରୋହୀତ ପୂଝାରୀ ଓ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ପଥପ୍ରାନ୍ତ ସମ୍ବର୍ଦ୍ଧନାରେ ବହୁ ସଂଖ୍ୟାରେ ଦଳୀୟ କର୍ମିଙ୍କ ସମାଗମ ହୋଇଥିଲା। ସେଠାରୁ ସମ୍ବଲପୁର ଅଭିମୂଖେ ଆସିବା ସମୟରେ ଚାରମାଲ,ଯୁଯୋମୁରା,ମାନେଶ୍ୱର,ଧନୁପାଲି,ଜେଳଖାନା ଛକ ପର୍ଯ୍ୟନ୍ତ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ ହୋଇଥିଲା।ଯୁଯୋମୁରା ଠାରୁ ଏକ ବିରାଟ ବାଇକ ରାଲିରେ ତାଙ୍କୁ ପାଛୋଟି ନିଆଯାଇଥିଲା । ମହିଳା ମାନେ ମଧ୍ୟ ଏକତ୍ରିତ ହୋଇ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ ଜଣାଇ ଥିଲେ।ଜେଳଖାନା ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସମୟରେ ସମ୍ବଲପୁର ପୌରପାଳିକାର ପୁର୍ବତନ ଉପାଧ୍ୟକ୍ଷ ସିଦ୍ଧାର୍ଥ ସାହାଙ୍କ ସହିତ ତାଙ୍କର ଅଜସ୍ର ସମର୍ଥକଙ୍କୁ ଏଠାରେ ଦେଖିବାକୁ ମିଳିଥିଲା । ଏହାପରେ ମାଁ ସମଲେଶ୍ବରୀଙ୍କ ସେ ଦର୍ଶନ କରିଥିଲେ। ମନ୍ଦିର ଟ୍ରଷ୍ଟ ସଭାପତି ତଥା କାଳିଆ ଉପଦେଷ୍ଟା ସଂଜୟ ବାବୁଙ୍କ ନେତୃତ୍ୱରେ ଏଠାରେ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ସେ ମାଁ ସମଲେଶ୍ବରୀଙ୍କ ମନ୍ଦିର ପାହାଚରେ ସଞ୍ଜୟ ବାବୁଙ୍କ ସହ ବସି ଦି’ପଦ କଥା ହୋଇ ନିଜ ଲକ୍ଷ ସ୍ଥଳରେ ବାହାରିଥିଲେ ।ଭାଲୁ ପାଲି ଥିବା ଏକ ହୋଟେଲରେ ନେତା ଓ କର୍ମିଙ୍କ ସହ ତାଙ୍କର ଖୋଲା ଆଲୋଚନା ହୋଇଥିଲା । ସମ୍ବଲପୁର ଗସ୍ତରେ ଆସିଥିବା ପ୍ରଣବଙ୍କୁ ଜିଲ୍ଲାର ସମସ୍ତ ବ୍ଲକ ଓ ସଦର ମହକୁମାରୁ ଆସି ନେତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଏଥିରେ ପୁର୍ବତନ ମନ୍ତ୍ରୀ ରୋହିତ ପୂଝାରୀଙ୍କ ସହ ସୁଶାନ୍ତ ସିଂ,ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାଶ,ବିଜେଡି ମୁଖପାତ୍ର ସଞ୍ଜୟ ବାବୁ,ରାଜ୍ୟ ସଂପାଦକ ସଞ୍ଜିତ ମହାନ୍ତି, ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଳାର ପୁର୍ବତନ ଜିଲ୍ଳା ବିଜେଡି ସଭାପତି ଡଃ.ପ୍ରମୋଦ ରଥ,ସମ୍ବଲପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସିଦ୍ଧାର୍ଥ ସାହା,ଯୁବ ବିଜେଡି ସଭାପତି ଲକ୍ଷ୍ମୀ ନାରାୟଣ ମହାପାତ୍ର,ମହିଳା ବିଜେଡି ସଭାନେତ୍ରୀ ବନ୍ଦିତା ମିଶ୍ରଙ୍କ ସହିତ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ନବୀନ ଓ ପ୍ରବୀଣ ନେତା କର୍ମୀଙ୍କ ଭିଡ ଜମିଥିଲା। ତେବେ ଜନତା ଦଳରୁ ବିଜେଡିରେ ଥିବା ବହୁ ଅଗ୍ରଣୀ ନେତାଙ୍କ ଏଥିରେ ଦେଖା ମିଳିନଥିଲା । ତେବେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହେବା ପରେ ପ୍ରଣବ ପ୍ରକାଶଙ୍କ ଏହା ପ୍ରଥମ ଗସ୍ତ ହୋଇଥିବା ବେଳେ ନେତା ଓ କର୍ମିଙ୍କ ମହଳରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପ୍ରଣବଙ୍କ ଏହି ଗସ୍ତ ପରେ ଜିଲ୍ଲା ରାଜନୈତିକ ପାଣିପାଗର ନୂଆଁ ଏକ ସମୀକରଣର ସୂତ୍ରପାତ ହେବା ସମ୍ଭାବନା ରହୁଥିବା ରାଜନୈତିକ ବିଶାରଦ ଆକଳନ କରୁଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ